Tuesday, August 18, 2026
23.9 C
Odisha

    କଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବା ସହ ନୂଆ ଜଳପାଇଗୁଡ଼ି ନିକଟରେ ଏକ ମାଲବାହୀ ଟ୍ରେନ୍‌ ସହ କାଞ୍ଚନଜଙ୍ଗା ଏକ୍ସପ୍ରେସର ଘଟିଥିବା ଦୁର୍ଘଟଣା ପରେ ସେଠାରେ ଚାଲିଥିବା ରିଲିଫ୍‌ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପଶ୍ଚିମବଙ୍ଗର ରଙ୍ଗପାଣି ଷ୍ଟେସନ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର କିଛି ସମୟ ପରେ ବୈଷ୍ଣବ ଏକ୍ସରେ କହିଥିଲେ, ଏନଏଫଆର ଜୋନରେ ଦୁର୍ଭାଗ୍ୟଜନକ ଦୁର୍ଘଟଣା। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ରେଳବାଇ, ଏନଡିଆରଏଫ ଓ ଏସଡିଆରଏଫ ମଧ୍ୟରେ ଘନିଷ୍ଠ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରାଯାଉଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

    ଅନ୍ୟପକ୍ଷରେ ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କହିଛନ୍ତି।

    ଏନ୍‌ ଏଫ୍‌ ଆର୍‌ ଜୋନ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛିଯ ରେଳବାଇ, ଏନଡିଆରଏଫ ଓ ଏସଡିଆରଏଫର ସମନ୍‌ୱିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତଦାରଖ ପାଇଁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    95 %
    2.9kmh
    100 %
    Tue
    24 °
    Wed
    28 °
    Thu
    26 °
    Fri
    28 °
    Sat
    30 °

    ସମ୍ବନ୍ଧିତ