Friday, May 3, 2024
42.8 C
Odisha

    କଟକ ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ, ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି

    ଆଗକୁ ପଢନ୍ତୁ

    କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି। ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ହେବ ଏହି ନବୀକରଣ କରାଯିବ । ଏଥିପାଇଁ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ଡିପିଆର। ଏନେଇ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକ-ଏଜିଏମ ବୈଠକରେ ନିଷ୍ପତ୍ତି ହୋଇଛି।

    ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ଓସିଏ। ବାରବାଟୀ ଜମି ଅଲମ୍ପିକ ଆସୋସିଏସନ ଓ ଓସିଏ ଉଭୟ କ୍ରୀଡା ସଙ୍ଗଠନ ନାମରେ ଚୁକ୍ତି ପାଇଁ ଅନୁରୋଧ କରାଯିବ । ବାରବାଟୀ ଷ୍ଟାଡିୟମରେ ଉପଲବ୍ଧ ହେବ ସମସ୍ତ ଅନ୍ତର୍ଜାତୀୟ ସୁବିଧା ସୁଯୋଗ। ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସଂପାଦକ ସଂଜୟ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ବୈଠକରେ ସାମିଲ ଥିଲେ । ବାରବାଟୀ ଷ୍ଟାଡିୟମକୁ ନୂଆ କରି ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରସ୍ତାବ ରଖିବ ଓସିଏ। ଏନେଇ ରିପୋର୍ଟ ଚୂଡାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଓସିଏ କର୍ମକର୍ତ୍ତା। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ଓସିଏ ଏଜିଏମ ବୈଠକରେ ବାରବାଟୀରେ ମ୍ୟାଚ ଆୟୋଜନ ନେଇ ବିଶେଷ ଭାବେ ଆଲୋଚନା ମଧ୍ୟ କରାଯାଇଛି। ବାରବାଟୀରେ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତାବ ଦିଆଯାଇଛି।

    ଟେଷ୍ଟ ମ୍ୟାଚ ପାଇଁ ଆଇସିସିର ଅନୁମତି ଆବଶ୍ୟକ। ଏ ନେଇ ବିସିସିଆଇ ସଂପାଦକଙ୍କୁ ଜଣାଇ ଦିଆଯାଇଛି। ଆଇସିସି ର ଏକ ଟିମ ବାରବାଟୀ ଷ୍ଟାଡିୟମ ଓ ଅନ୍ଯ ବ୍ୟବସ୍ଥା ବୁଲି ଏଥିପାଇଁ ରିପୋର୍ଟ ଦେବେ। ବାରବାଟୀରେ ଦିନିକିଆ ଓ ଟି ଟ୍ବେଣ୍ଟି ରୋଟେସନ ନୀତିରେ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.8 ° C
    42.8 °
    42.8 °
    6 %
    4.9kmh
    0 %
    Fri
    43 °
    Sat
    42 °
    Sun
    45 °
    Mon
    44 °
    Tue
    43 °

    ସମ୍ବନ୍ଧିତ