Wednesday, July 29, 2026
23.5 C
Odisha

    କିସ୍ ରେ ଅଭିଭାବକ ସମ୍ମିଳନୀ, ଦେଢ଼ଲକ୍ଷ ଜନଜାତିଙ୍କ ସମାବେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟ ପରିସର ପାଲଟିଛି ଜନସମୁଦ୍ର । ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ ‘କିସ୍’ । ଚଳିତ ବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ନେଇ ରବିବାର ଆୟୋଜିତ ହୋଇଥିଲା ମହା ଅଭିଭାବକ ସମ୍ମିଳନୀ । ଏଥିରେ ଓଡି଼ଶାର ୩୦ଜିଲ୍ଲା ସମେତ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଆସାମ, ସିକିମ୍ ଆଦି ରାଜ୍ୟରୁ ୧ ଲକ୍ଷ ଅଭିଭାବକ, ୧୦ ହଜାର ପୁରାତନ ଛାତ୍ରଛାତ୍ରୀ ଓ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ଦେଢ଼ଲକ୍ଷ ଜନଜାତି ଲୋକଙ୍କ ସମାଗମ ହୋଇଥିଲା ।

    ଅଭିଭାବକମାନେ ଯେପରି ସୁରୁଖୁରୁରେ କିସରେ ପହଞ୍ଚି ସମ୍ମିଳନୀରେ ଯୋଗ ଦେବେ ସେଥିପାଇଁ କିସ୍ କର୍ତ୍ତୃପକ୍ଷ ବ୍ୟାପକ ବନ୍ଦୋବସ୍ତ କରିଥିଲେ । ରହିବା ଠାରୁ ଖାଇବା ପର୍ଯ୍ୟନ୍ତ ସବୁକିଛି ସୁଚାରୁ ରୂପେ ବ୍ୟବସ୍ଥିତ କରାଯାଇଥିଲା। ଆଜି ସକାଳୁ ଦୂର ଦୂରାନ୍ତରୁ ଆସିଥିବା ଅଭିଭାବକମାନେ କିସରେ ପହଞ୍ଚିଥିଲେ। ସେମାନେ ପିଲାମାନଙ୍କ ଭଲମନ୍ଦ ଯେମିତି ସୁରୁଖୁରୁରେ ବୁଝି ପାରିବେ ସେଥିପାଇଁ କିସ୍ ପରିସରରେ ଜିଲ୍ଲାୱାରୀ ଷ୍ଟଲମାନ ଖୋଲା ଯାଇଥିଲା। ସବୁଠୁ ଭାବ ବିହ୍ବଳ କରିଥିଲା ସେ ଦୃଶ୍ୟ, ଯେତେବେଳେ ବାପା ମାଆମାନେ ପିଲାମାନଙ୍କୁ ଭେଟିଥିଲେ । ବାପାମାଆଙ୍କୁ ଦେଖି ପିଲାମାନଙ୍କ ମଧ୍ୟରେ ଥିଲା ନାହିଁ ନ ଥିବା ଖୁସି ।

    ଅଭିଭାବକ ସମାବେଶରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ବିଶିଷ୍ଟ ଆଦିବାସୀ ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କିସ୍ ଓ କିଟ୍ ଉପସଭାପତି ଉମାପଦ ବୋଷ, ସଂପାଦକ ଆର ଏନ୍ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଜନଜାତିଙ୍କ ମଧ୍ୟରେ କିସ୍ ଏକ ଆନ୍ଦୋଳନରେ ପରଣିତ ହୋଇଛି । ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଭାବେ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସମ୍ମିଳନୀରେ କିଟ୍ ଓ କିସ ସଭାପତି ଶାଶ୍ୱତୀ ବଳ ଯୋଗ ଦେଇପାରି ନ ଥିଲେ ମଧ୍ୟ ଅଭିଭାବକମାନଙ୍କୁ ଶୁଭେଛା ବାର୍ତ୍ତା ପଠାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି କେ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

    ସମ୍ମିଳନୀରେ ଯୋଗ ଦେଇ ସମସ୍ତ ଜନଜାତି ଅଭିଭାବକଙ୍କର ଖୁସିରେ ସୀମା ନଥିଲା । କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଜଣେ ବ୍ୟକ୍ତିଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିବା ବେଳେ ସମଗ୍ର ଜନଜାତିଙ୍କ ବିକାଶ କଥା ଚିନ୍ତା କଲେ , ଅତି ସାହସର ସହ କିସ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରି ଜନଜାତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇ ପାରିଲେ ବୋଲି ଅଭିଭାବକମାନେ କହିଥିଲେ। ଡ. ସାମନ୍ତ କିସକୁ ଏକ ସଫଳ ଅନୁଷ୍ଠାନରେ ପରିଣତ କରିବା ସହ କିସରେ ପଢ଼ୁଥିବା ପ୍ରତ୍ୟେକଟି ପିଲାକୁ ଜଣେ ଜଣେ ସଫଳ ମଣିଷ କରି ଗଢ଼ି ତୋଳିଛନ୍ତି ବୋଲି କହିଥିଲେ। ଗତ ୩୦ ବର୍ଷ ମଧ୍ୟରେ ବହୁ ବାଧାବିଘ୍ନ ଆସିଥିଲେ ବି ଡ. ସାମନ୍ତ ସେସବୁକୁ ଭ୍ରୁକ୍ଷେପ ନକରି ଜନଜାତିଙ୍କ ସେବାରେ ନିରନ୍ତର ଭାବେ ନିଜକୁ ନିୟୋଜିତ କରିଛନ୍ତି। ଫଳରେ କିସ୍ ଆଜି ୩୧ ବର୍ଷର ଏକ ସଫଳ ଅନୁଷ୍ଠାନ।

    ଜନଜାତି ଶିକ୍ଷା କ୍ଷେତ୍ରରେ ଆଲୋକ ବର୍ତ୍ତିକା ସାଜିଥିବା କିସ୍ ହଜାର ହଜାର ସଫଳ ଛାତ୍ର ଛାତ୍ରୀ ସୃଷ୍ଟି କରିଛି । କେବଳ ଶିକ୍ଷା ନୁହେଁ କ୍ରୀଡ଼ା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଐତିହାସିକ ସଫଳତା ଲାଭ କରିଛି ଏହି ଶିକ୍ଷାନୁଷ୍ଠାନ । କେଜିରୁ ପିଜି ଯାଏ ମାଗଣାରେ ଉନ୍ନତମାନର ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରି ଆସୁଛି । ୩୦ ହଜାର ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇ ସାରିଲେଣି। ଏବେ ଏଠାରେ ୩୦ ହଜାର ପିଲା ପଢ଼ୁଛନ୍ତି । ପୁଣି କିସର ବିଭିନ୍ନ ଶାଖା କ୍ୟାମ୍ପସରେ ୧୦ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଡ. ସାମନ୍ତଙ୍କୁ ତାଙ୍କ ଉତ୍ସର୍ଗୀକୃତ ଜୀବନ ପାଇଁ ଧନ୍ୟବାଦ ଜଣାଇବା ସହ ଜନଜାତି ଅଭିଭାବକମାନେ ତାଙ୍କୁ ଓଡ଼ିଶାର ପ୍ରତି ଜିଲ୍ଲାରେ କୃତଜ୍ଞତା ଜଣାଇବେ ବୋଲି ଘୋଷଣା କରିଥିଲେ। ସେମାନଙ୍କ ପିଲାମାନେ କିସରେ ରହି କିପରି ଉନ୍ନତ ମାନର ଶିକ୍ଷା ଲାଭ କରିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରୁଛନ୍ତି ସେ ନେଇ ଅଭିଭାବକମାନେ ଖୁସି ବ୍ୟକ୍ତ କରିଥିଲେ। ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ସାମୂହିକ ମଧ୍ୟାହ୍ନ ଭୋଜନ। ଦେଢ଼ଲକ୍ଷ ଲୋକ ଆଜି କିସରେ ଏକାଠି ମଧ୍ୟାହ୍ନ ଭୋଜନ କରିବାର ଦୃଶ୍ୟ ସତରେ ଥିଲା ଅନନ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    5.8kmh
    100 %
    Wed
    25 °
    Thu
    28 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ