Saturday, October 10, 2026
24.4 C
Odisha

    ଏଇ ବାରିପଦାରେ… ସ୍ନାନ ପୂର୍ଣ୍ଣିମାରେ ରଥଯାତ୍ରା, ଦିନକ ପରେ ବାହୁଡ଼ା

    ଆଗକୁ ପଢନ୍ତୁ

    ବାରିପଦା: ବାରିପଦା ରେ ନିଆରା ପରମ୍ପରା। ସ୍ନାନ ପୂର୍ଣ୍ଣିମାରେ ରଥଯାତ୍ରା ହେଉଥିବା ବେଳେ ଦିନକ ପରେ ବାହୁଡ଼ା ଯାତ୍ରା ହେଉଛି। ଏହିପରି ନିଆରା ପରମ୍ପରା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଶିମିଳିପାଳ ପାଦଦେଶରେ ଥିବା ଗୁଡିଆଲବନ୍ଧ ଗ୍ରାମରେ ଦେଖିବାକୁ ମିଳିଥାଏ। ପୂର୍ବବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଶନିବାର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଉ ରବିବାର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏହା ରଥଯାତ୍ରା ପରମ୍ପରାର ବ୍ୟତିକ୍ରମ, ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ସର୍ବତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ଦିଅଁ ମହାସ୍ନାନ ପରେ ଅସୁସ୍ଥ (ଜ୍ୱର) କାରଣରୁ ଅଣସରରେ ରହିଥାନ୍ତି। ନବ ଯୌବନ ଦର୍ଶନର ପରଦିନ ରଥଯାତ୍ରା ପର୍ବ ଆରମ୍ଭ ହୋଇ ୯ଦିନରେ ବାହୁଡାଯାତ୍ରା ସମ୍ପନ୍ନ ହୋଇଥାଏ। ମାତ୍ର ଏଠାରେ ଏକ ସ୍ୱତନ୍ତ୍ର ପରମ୍ପରା ବହନ କରି ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ପ୍ରତିକୂଳ ପାଗ ସ୍ୱତ୍ତେ ଭକ୍ତଙ୍କ ଭିଡ଼ ମଧ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବା ମଠର ନୀତିରେ ଦେବସ୍ନାନ ପରେ ତିନି ଠାକୁର ଗୋଟିଏ ରଥରେ ସନ୍ଧ୍ୟାରେ ଯାତ୍ରା କରି ଗାଁ ମୁଣ୍ଡରେ ଥିବା ମାଉସୀବାଡି ଗ୍ରାମ ଦେବତୀ ସିନ୍ଦୁରଗୌରା ଠାକୁରାଣୀଙ୍କ ପୀଠରେ ପହଞ୍ଚିଛନ୍ତି। ସେଠାରେ ତିନି ଠାକୁର ରଥ ଉପରେ ଗୋଟିଏ ରାତି ରହିବା ପରେ ରବିବାର ମନ୍ଦିରକୁ ବାହୁଡ଼ି ପୂର୍ବ ପରି ପୂଜା ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ