Sunday, October 4, 2026
24.3 C
Odisha

    ଜାଣନ୍ତୁ ଧୂପ ଦେବାର କ’ଣ ସବୁ ରହିଛି

    ଆଗକୁ ପଢନ୍ତୁ

    ପ୍ରତିଦିନ ଠାକୁରଙ୍କୁ ଧୂପ ଦେବା ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି କୁହାଯାଏ। ତେବେ ବିଭିନ୍ନ ପ୍ରକାର ଧୂପ ବିଭିନ୍ନ ସମସ୍ୟା ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଧୂପ ଦେବାର କ’ଣ ସବୁ ନିୟମ ରହିଛି।

    -ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଧୂପ ଦେବା ଉଚିତ। ଯଦି ଏହା ସମ୍ଭବ ନ ହେଉଛି, ତେବେ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ସକାଳେ ଓ ସନ୍ଧ୍ୟାରେ ଧୂପ ନିଶ୍ଚୟ ଦିଅନ୍ତୁ।

    -ଧୂପ ଦେବା ପୂର୍ବରୁ ଘରକୁ ସଫା କରନ୍ତୁ। ଏହାପରେ ନିଜେ ସ୍ନାନ ସାରି ଧୂପ ଦିଅନ୍ତୁ।

    ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଅଶ୍ବତଥ ଗଛର ପୂଜା କରି ଧୂପ ଓ ଦୀପ ଦିଅନ୍ତୁ। ଏହି ଉପାୟ ଦ୍ବାରା ଧନ ଓ ସମୃଦ୍ଧିର ମାର୍ଗ ଖୋଲିବା ସହ ଶନିଗ୍ରହ ଦୋଷ କଟିଥାଏ।
    -ଘରେ ବାସ୍ତୁଦୋଷ ଥିଲେ, ସପ୍ତାହରେ ଗୋଟିଏ କିମ୍ବା ଦୁଇଥର ନିମ୍ବପତ୍ରର ଧୂପ ଜଳାଇବା ଉଚିତ। ଏହାଦ୍ବାରା ସ୍ବାସ୍ଥ୍ୟ ହାନିକାରକ ଜୀବାଣୁ ନଷ୍ଟ ହେବା ସହ ବାସ୍ତୁଦୋଷ ଦୂର ହୋଇଥାଏ।
    ସବୁବେଳେ ଧୂପଦାନିକୁ ଐଶାନ୍ୟ କୋଣରେ ରଖି ଧୂପ ଦିଅନ୍ତୁ ଏବଂ ରଖିବା ସମୟରେ ଈଶ୍ବରଙ୍କୁ କୃପାଭିକ୍ଷା କରନ୍ତୁ।
    ଘରେ ଝୁଣା ଧୂପ ଦେଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ