Sunday, October 4, 2026
28.6 C
Odisha

    ଫେବ୍ରୁଆରିରେ ନିର୍ବନ୍ଧ କରିବା ଚର୍ଚ୍ଚା ଉପରେ ଏଭଳି ପ୍ରତିକ୍ରିୟା ଦେଲେ ବିଜୟ

    ଆଗକୁ ପଢନ୍ତୁ

    ମୁମ୍ବାଇ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦନା ଏବେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଲକ୍ଷ ଲକ୍ଷ ଲୋକ ରଶ୍ମିକାଙ୍କ ସୁନ୍ଦରତା ଉପରେ ନିଜର ହୃଦୟ ହାରିଛନ୍ତି। ବହୁତ କମ୍ ବୟସରୁ ସେ ଉଭୟ ସାଉଥ୍ ଓ ବଲିଉଡ ଫିଲ୍ମରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ସବୁବେଳେ ନିଜର ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ରଶ୍ମିକା କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ। କୁହାଯାଉଥିଲା ଯେ, ସେ ଖୁବଶୀଘ୍ର ନିର୍ବନ୍ଧ କରିବେ।

    ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଦୁ‌ହେଁ ନିର୍ବନ୍ଧ କରିବାକୁ ଯାଉଥିବା ଜଣାପଡ଼ିଥିଲା।  ଉଭୟ ଫେବ୍ରୁଆରିରେ ନିର୍ବନ୍ଧ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିଜୟ।

    ଏକ ସାକ୍ଷାତକାରରେ ବିଜୟ କହିଛନ୍ତି, “ମୁଁ ଫେବୃଆରୀରେ ନିର୍ବନ୍ଧ କିମ୍ବା ବିବାହ କରୁନାହିଁ। ଲାଗୁଛି ଯେମିତି ଗଣମାଧ୍ୟମ ପ୍ରତି ଦୁଇ ବର୍ଷରେ ମୋର ବିବାହ କରାଇବାକୁ ଚାହୁଁଛି। ମୁଁ ପ୍ରତିବର୍ଷ ଏହି ଗୁଜବ ଶୁଣୁଛି। ସେମାନେ ମୁଁ କେବେ ବିବାହ କରିବି ତାକୁ  ଅପେକ୍ଷା କରି ରହିଛନ୍ତି।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ