BCCI ପକ୍ଷରୁ ଘୋଷଣା ହେଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା । ବାଦ୍ ପଡ଼ିଲେ ଶ୍ରେୟସ ଆୟାର ଏବଂ ଇଶାନ କିଶାନ । ତେବେ ବହୁ ଯୁବ ଖେଳାଳି ବିଭିନ୍ନ ଗ୍ରେଡରେ ସାମିଲ ହୋଇଛନ୍ତି। ବୁଧବାର ବିସିଆଇ ପକ୍ଷରୁ ଏହି ବାର୍ଷିକ ଚୁକ୍ତିନାମା ଘୋଷଣା କରାଯାଇଛି । ରଣଜୀ ଖେଳିବା ପାଇଁ ଶ୍ରେୟସ ଆୟର ଏବଂ ଇଶାନ କିଷନଙ୍କୁ କୁହାଯାଇଥିବା ସତ୍ତ୍ବେ ଉଭୟ ଖେଳିନଥିବାରୁ ଏମାନଙ୍କୁ ଏକପ୍ରକାର ଏପରି ଦଣ୍ଡ ଦିଆଯାଇଛି । ନିୟମିତ ଦଳରେ ସାମିଲ ହୋଇ ଭାରତୀୟ ଟିମରେ ଖେଳୁଥିବା ଜୟସ୍ବାଲଙ୍କୁ ଗ୍ରେଡରେ ସାମିଲ କରାଯାଇଛି । ଆନ୍ତର୍ଜାତୀୟ ଖେଳୁଥିବା ଖେଳାଳିଙ୍କୁ BCCI ପକ୍ଷରୁ ୪ଟି ଗ୍ରେଡରେ ସାମିଲ କରାଯାଇଛି । ଏହି ଗ୍ରେଡ ହିସାବରେ ଦରମା ମଧ୍ୟ ମିଳିଛି । A+, A,B ଏବଂ C ଗ୍ରେଡରେ ରହିଛନ୍ତି । A+ ଖେଳାଳି ବାର୍ଷିକ ୭ କୋଟି, A ଗ୍ରେଡ ଖେଳାଳି ୫ କୋଟି, B ଗ୍ରେଡ ଖେଳାଳି ୩ କୋଟି ଏବଂ C ଗ୍ରେଡ ଖେଳାଳିମାନେ ବର୍ଷକୁ ୧ କୋଟି ଟଙ୍କା ପାଇଥାନ୍ତି ।