Tuesday, October 6, 2026
28.6 C
Odisha

    ସାବଧାନ ! ଆମପାଖରେ ବି ଅଛି ଅସ୍ତ୍ରଶସ୍ତ୍ର, ଘରେ ପଶି ମାରିବୁ: ଧମକ ଦେଲେ ପୁଟିନ

    ଆଗକୁ ପଢନ୍ତୁ

    ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୁରୁବାର ବାର୍ଷିକ ଅଧିବେସନରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୟୁକ୍ରେନ ସହିତ ଜାରି ରହିଥିବା ଯୁଦ୍ଧ ସମୟରେ ପୁଟିନଙ୍କ ଏହି ଭାଷଣ ରୁ‌ଷିଆବାସୀଙ୍କ ସହିତ ଆମେରିକା, ୟୁରୋପ ଏବଂ ସମଗ୍ର ବିଶ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।
    ପୁଟିନ ପୁଣିଥରେ ୟୁକ୍ରେନକୁ ସହାୟତା ଯୋଗାଇ ଦେଉଥିବା ଦେଶଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି। ରୁଷିଆ ବିରୋଧରେ ଯିବା ଦ୍ବାରା ‌ସେସବୁ ଦେଶର କ୍ଷତି ହେବ ବୋଲି ସେ କହିଛନ୍ତି। ପୁଟିନ କହିଛନ୍ତି, ଏଭଳି ଆକ୍ରମଣକାରୀ ସାବଧାନ ହେବା ଆବଶ୍ୟକ, ସେମାନେ ମନେ ରଖିବା ଉଚିତ ଆମ ପାଖରେ ମଧ୍ୟ ଅସ୍ତ୍ରଶସ୍ତ୍ର ରହିଛି। ଆମେ ଘରେ ପଶି ମାରିବୁ। ଏହାହେଲେ ଅତୀତ ତୁଳନାରେ ପରିଣାମ ଅଧିକ ଦୁଃଖଦ ହେବ।
    ସେ କହିଛନ୍ତି ସମ୍ପ୍ରତି ରୁଷିଆ ହେଉଛି ୟୁରୋପର ସବୁଠାରୁ ବୃହତ ଅର୍ଥ ବ୍ୟବସ୍ଥା । ପୃଥିବୀର ପଞ୍ଚମ ବୃହତ ଅର୍ଥନୀତି ଭାବେ ରୁଷିଆ ଆଗୁଆ ରହିଛି। ଆମର ଅର୍ଥବ୍ୟବସ୍ଥା ଲଗାତାର ଭଲ ପ୍ରଦର୍ଶନ ଜାରି ରଖିଛି। ବିଭିନ୍ନ ପ୍ରତିବନ୍ଧକ ଜାରି ସତ୍ତ୍ବେ ଆମର ପ୍ରଗତି ଧାରା ଅଟକି ରହିନାହିଁ।

    ପାଶ୍ଚାତ୍ୟ ଦେଶ ଆମ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଚିନ୍ତା କରିବା ଜରୁରୀ। ଆବଶ୍ୟକ ପଡ଼ିଲେ ଆମେ ସୀମା ପାର ଆକ୍ରମଣ ପାଇଁ ପ୍ରସ୍ତୁତ। ଆମ ପାଖରେ ଏଭଳି ବିକଶିତ ଅସ୍ତ୍ରଶସ୍ତ୍ର ରହିଛି ଯାହାଦ୍ବାରା ଆମେ ‌ସେମାନଙ୍କର ସୀମାରେ ପ୍ରବେଶ କରି ଆକ୍ରମଣ କରିପାରିବୁ। ଏହାକୁ କେହି ଭୁଲିବା ଉଚିତ ନୁହେଁ ବୋଲି ପୁଟିନ ଧମକ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ