Thursday, December 26, 2024
18.7 C
Odisha

    ସର୍କସ ମଝିରେ ପ୍ରଶିକ୍ଷକଙ୍କୁ ଝୁଣି ପକାଇଲା ଭାଲୁ; ଦେଖନ୍ତୁ ଭିଡିଓ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବନ୍ୟଜନ୍ତୁଙ୍କୁ ତାଲିମ ଦେଇ ସର୍କସକୁ ଅଣାଯାଏ । ହେଲେ ପଶୁମାନେ ଆକ୍ରମଣ କରିବେ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। କଥାରେ ଅଛି ଦାନ୍ତ, ନଖ ଓ ସିଙ୍ଘ ଥିବା ପ୍ରାଣୀଙ୍କୁ ବିଶ୍ୱାଷ କରିବା କଥା ନୁହେଁ । ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ସର୍କସ ସମୟରେ ଏକ ଥକିଯାଇଥିବା ଭାଲୁ ଏତେ କ୍ରୋଧିତ ହୋଇଯାଉଛି ଯେ ସେ ପ୍ରଶିକ୍ଷକଙ୍କୁ ଝୁଣି ପକାଉଛି । ଏହାକୁ ଦେଖି ସମସ୍ତେ କେବଳ ଆଶ୍ଚର୍ଯ୍ୟ ନୁହଁନ୍ତି ବରଂ ଭାଲୁର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି କ୍ଲିପ୍ କୁ ନେଇ ୟୁଜର୍ସ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ସର୍କସରେ ସବୁକିଛି ସ୍ୱାଭାବିକ ଚାଲିଛି । ଏହି ସମୟରେ ଭାଲୁଟି ଜଗଲିଂ କରୁଥିବା ବେଳେ ଉଗ୍ର ରୂପ ଧାରଣ କରୁଛି। ତା’ପରେ ସେ ସିଧାସଳଖ ପ୍ରଶିକ୍ଷକଙ୍କୁ ଉଠାଇ ତାଙ୍କୁ ମାଡ଼ ମାରିଥାନ୍ତି ।

    https://x.com/RestrictedVids/status/1814773210853851261?t=Jhd3dM28LoFDwKcAhSXhrA&s=19
    ଭାଲୁର ଏହି ବିପଜ୍ଜନକ ଆକ୍ରମଣ ଦେଖି ସେଠାରେ ବସିଥିବା ଜନସାଧାରଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଲୁ ଆକ୍ରମଣର କିଛି ସମୟ ପରେ ପ୍ରଶିକ୍ଷକଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତି ପ୍ରଶିକ୍ଷକଙ୍କୁ ବଞ୍ଚାଇବା ପାଇଁ ଭାଲୁକୁ ଜୋରରେ ଲାତ ମାରୁଛନ୍ତି । କିନ୍ତୁ ଭାଲୁ ଉପରେ ଏହାର କୌଣସି ପ୍ରଭାବ ପଡୁନି, ବରଂ ସେ ଅଧିକ ଉତ୍ତେଜିତ ହେଉଛି । ହୁଏତଃ ଏହାର ପରବର୍ତ୍ତୀ ଦୃଶ୍ୟ ଦେଖାଇବା ସମ୍ଭବ ପର ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.7 ° C
    18.7 °
    18.7 °
    96 %
    0.7kmh
    96 %
    Thu
    26 °
    Fri
    28 °
    Sat
    29 °
    Sun
    28 °
    Mon
    29 °

    ସମ୍ବନ୍ଧିତ