Saturday, June 7, 2025
27.4 C
Odisha

ହୋର୍ଡିଂ ଲଗାଇବା ନେଇ ବିଏମସି କମିସନର ଓ ପୁଲିସ କମିସନରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଆଗକୁ ପଢନ୍ତୁ

ନୂଆବର୍ଷ ଶୁଭେଚ୍ଛା ଆଳରେ ରାଜଧାନୀର ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ଓ ନେତାଙ୍କ ହୋର୍ଡିଂ ଲାଗିଥିବା ଖବର ଆମେ ଦେଖାଇଥିଲୁ । ଏହାପରେ ତତ୍ପରତା ପ୍ରକାଶ କରିଥିଲା ବିଏମସି । ବେଆଇନ୍ ଭାବେ ଲଗାଯାଇଥିବା ହୋର୍ଡି ସବୁ ହଟାଇଥିଲା, ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ହେଲେ ଏବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିଛନ୍ତି, ହୋର୍ଡିଂ ହଟାଇବାରେ ପାତରଅନ୍ତର କରୁଛି ବିଏମସି ।ବିଏମସି କମିଶନର ଓ ପୁଲିସ କମିଶନରଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଠି । ହୋର୍ଡିଂ ଉଠାଇବାରେ ପାତରଅନ୍ତର କରୁଥିବା ନେଇ ଚିଠିରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି । ଚିଠିରେ ସେ ଲେଖିଛନ୍ତି, ସହରରେ କେବଳ ଶାସକ ଦଳର ହୋର୍ଡିଂ ଲାଗିଛି । ନୂଆବର୍ଷ ପରଦିନ ମୋର ସମସ୍ତ ହୋର୍ଡିଂ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ହଟାଇଛି । ତେଣୁ ଖୁବଶୀଘ୍ର ସମସ୍ତ ହୋର୍ଡିଂ ହଟାଯାଉ ।

ଭୋଟରଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସାଂସଦ, ବିଧାୟକ, କର୍ପୋରେଟର ଓ ସ୍ଥାନୀୟ ନେତା ହୋର୍ଡିଂ ଲଗାଇଥିଲେ । କିନ୍ତୁ ପରେ ଏହାକୁ ହଟାଇଥିଲା ବିଏମସି ସ୍କାଡ । କିନ୍ତୁ ଏବେ ହୋର୍ଡିଂ ହଟାଯିବାବେଳେ ପାତର ଅନ୍ତର ହେଉଥିବା ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ।

ପୂର୍ବରୁ କାନ୍ଥରେ ପ୍ରଚାରକୁ ନେଇ ବିଜେଡି ଓ ଅପରାଜିତା ମୁହାଁମୁହିଁ ହୋଇଥିଲେ । ଏଥର ବି ଅପରାଜିତା ଓ ଘରେ ଘରେ ଶଙ୍ଖକୁ ନେଇ ବିବାଦ ଦେଖାଦେଇଥିଲା । ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ହୋର୍ଡିଂ ରାଜନୀତି ତୀବ୍ର ହୋଇଛି । ହୋର୍ଡିଂ ହଟାଇବାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ବିଜେପି ଓ ଅପରାଜିତା ଷଡଙ୍ଗୀ ବିଜେଡିକୁ ଟାର୍ଗେଟ କରୁଥିବାବେଳେ ବିଜେଡି ଏହାର କଡା ଜବାବ ଦେଇଛି ।

ତେବେ ନିର୍ବାଚନକୁ ଆଉ ଅଳ୍ପଦିନ ବାକି । ଭୋଟରଙ୍କ ନିକଟତର ହେବାକୁ ସବୁ ଦଳ ଉଦ୍ୟମ ଆରମ୍ଭ କରିଛନ୍ତି । ଆଉ ଏବେ ବିଏମସି ଓ ପୁଲିସ କମିଶନରଙ୍କୁ ଅପରାଜିତାଙ୍କ ଚିଠି ପରେ ରାଜନୀତି ଜୋର ହେବା ସ୍ପଷ୍ଟ ହୋଇଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
27.4 ° C
27.4 °
27.4 °
53 %
2.4kmh
61 %
Sat
27 °
Sun
39 °
Mon
42 °
Tue
42 °
Wed
37 °

ସମ୍ବନ୍ଧିତ