Sunday, September 27, 2026
27.3 C
Odisha

    ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କରିବା ମହଙ୍ଗା ପଡ଼ିଛି

    ଆଗକୁ ପଢନ୍ତୁ

    ବେଗୁସରାଇ: ୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାକହ କରିବା ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି କମିଶନରଙ୍କୁ ମହଙ୍ଗା ପଡ଼ିଛି। ଡେପୁଟି କମିଶନର ଶିବ ଶକ୍ତି କୁମାର (୩୧)ଙ୍କ ଏହି ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଦେଖା ଦେଇଥିଲା।

    ଡେପୁଟି କମିଶନରଙ୍କ ଏଭଳି ବିବାହକୁ ନେଇ ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ପ୍ରକାଶ ଯେ,କୌଣସି ସୂଚନା ବିନା ଶିବ ଶକ୍ତି କୁମାର ଫେରାର ହୋଇଯାଇଛି। ସେ ତାଙ୍କ ପଦରେ ଅପବ୍ୟବହାର କରିଛନ୍ତି। ବିହାର ସରକାରୀ ସେବକ ଆଚାର ନିୟମାବଳୀର ନିୟମ ୩(୧) ଭଙ୍ଗ କରିଛନ୍ତି। ତେଣୁ ଶିବ କୁମାରଙ୍କୁ ନିଲମ୍ବିତ କରାଯାଇଛି।

    ନିଲମ୍ବିତ ପୂର୍ବରୁ ଶିବ ଶକ୍ତି କୁମାର ବେଗୁସରାଇ ମ୍ୟୁନିସିପାଲ କର୍ପୋରେସନରେ ଡେପୁଟି କମିଶନର ଭାବରେ କାର୍ଯ୍ୟ କରିଥିଲେ। ସେ ଚଳିତ ମାସ ୧୦ ଅଗଷ୍ଟରେ ବୈଶାଳୀସ୍ଥିତ ଘରକୁ ଯାଇଥିଲେ। ଏହାପରେ ସେ ସଜଲଙ୍କୁ ଭେଟିବାକୁ ଅଫିସକୁ ଆସିଥିଲେ। କିଛି ସମୟ ପରେ ଦୁହେଁ ଯାଇଥିଲେ। ପରେ ଜଣାପଡିଥିଲା ଯେ ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କ ଅଛି। ସଜଲ ଶିବଙ୍କ ସମ୍ପର୍କରେ ଝିଆରୀ ଲାଗିବେ କିନ୍ତୁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

    ଶିବ ଶକ୍ତି କୁମାର ୨୪ବର୍ଷୀୟ ସଜନ ସିନ୍ଧୁଙ୍କୁ ବିବାହ କରିଛନ୍ତି। ଏହି ବିବାହ ପରେ ସଜନ ଏକ ଭିଡିଓ ଜରିଆରେ କହିଥିିଲେ,‘୧୦ବର୍ଷର ଭଲ ପାଇବା ପରେ ଆମେ ବିବାହ କରିଛୁ। ଏହି ବିବାହକୁ ମୋର କି ମୋ ସ୍ବାମୀଙ୍କ ପରିବାରଲୋକ ସମର୍ଥନ କରୁ ନାହାନ୍ତି। ସ୍ବାମୀ ୨ମାସ ହେବ ନୂଆ କରି ଚାକିରି କରୁଛନ୍ତି। ଆମର ଏହି ବିବାହ ହେତୁ ସ୍ବାମମୀଙ୍କ ଚାକିରି ସହିତ ବୈବାହିକ ଜୀବନ ପ୍ରତି ବିପଦ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ