Thursday, September 24, 2026
24 C
Odisha

    ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ ପ୍ରଣବ ଦାସଙ୍କ ଜବାବ: କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କଲେ ବିଧାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ ଏହାର କାଉଣ୍ଟର ଜବାବ ରଖିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ବିଧାୟକ ଜବାବ ଦେଇଛନ୍ତି। ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହିତ ତାଙ୍କୁ ଆଇନା ଦେଖାଇଲେ ସେ କାହିଁକି ଚିଡି ଯାଉଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ଦାସ ୩ଟି ପ୍ରଶ୍ନ କରିଛନ୍ତି। ପ୍ରଥମ ପ୍ରଶ୍ନ ହେଲା, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ବି, ନିଜ ମାଟି ପାଇଁ ଗୋଟିଏ ବି ନୂଆ ବିଶ୍ବବିଦ୍ୟାଳୟ କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୁଳ ପଡ଼େଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟି ପ୍ରତିଷ୍ଠା କରିପାରି ନାହାନ୍ତି। ଅନ୍ୟପଟେ ଦକ୍ଷତା ବିକାଶ କେନ୍ଦ୍ରଟେ ମଧ୍ୟ ସ୍ଥାପନ କରିନାହାଁନ୍ତି। ସେହିପରି ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଯାହା ରହିଛି, ଗତ ୧୦ ବର୍ଷରେ କାମ ସରିପାରୁ ନାହିଁ ବୋଲି ପ୍ରଣବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

    ଏଥିସହିତ ଧର୍ମେନ୍ଦ୍ରଙ୍କୁ ତୀର ମାରି ପ୍ରଣବ କହିଛନ୍ତି, ଆମେ ଖବର ପାଇଲୁ ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଭାବେ କେପି ସିଂହଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ। ହେଲେ ଲାଗୁଛି ଏ ପ୍ରଶ୍ନ ସବୁ ଶୁଣି ଆପଣ ରାଗିଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି। ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକରିଥିବା ଦେଖିଥିଲି। ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ।

    ସୂଚନାଯୋଗ୍ୟ ଯେ, ଏହା ପର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦୀ ସରକାରଙ୍କ ବିକାଶମୂଳକ ଯୋଜାନା ସଂପର୍କରେ କହିଥିଲେ। ଏଥି ସହିତ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଙ୍ଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପଚାରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    4.3kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ