Monday, October 5, 2026
24.7 C
Odisha

    ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ସ୍ୱଚ୍ଛ ତୀର୍ଥ ଅଭିଯାନରେ “ଶ୍ରମଦାନ” କଲେ ରାଜ୍ୟ ସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ଭଦ୍ରକ, ତା.୧୭/୦୧: ଦୀର୍ଘ ୫୦୦ବର୍ଷର ସଂଘର୍ଷ ଓ ଅପେକ୍ଷାର ଅନ୍ତ ଘଟିବା ସହ ଆସନ୍ତା ୨୨ତାରିଖ ଦିନ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜାନୁୟାରୀ ୧୪ ରୁ ୨୨ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୫ଲକ୍ଷରୁ ଊର୍ଦ୍ଧ୍ୱ ମନ୍ଦିର ଓ ତୀର୍ଥ ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ‘ଶ୍ରମଦାନ’ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଦେବୀ ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ସ୍ୱଚ୍ଛ ତୀର୍ଥ ଅଭିଯାନରେ ଯୋଗ ଦେଇ ‘ଶ୍ରମଦାନ’ କରିଛନ୍ତି । ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ଏହି ସଫେଇ ଅଭିଯାନ ବଜାୟ ରଖିବା ପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ସାମଲ ।
    ସାରା ଦେଶରେ ମନ୍ଦିର ଗୁଡିକରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମଭକ୍ତଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ଦେଖାଦେଇଛି । ଏହି ଐତିହାସିକ ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ଦେବାଳୟ, ଶକ୍ତିପୀଠ, ଗ୍ରାମଦେବତୀଙ୍କ ମନ୍ଦିର ତଥା ତୀର୍ଥସ୍ଥାନକୁ ସ୍ୱଚ୍ଛ ପବିତ୍ର ରଖିବା ଅଭିଯାନରେ ଓଡ଼ିଶାବାସୀ ସାମିଲ ହୁଅନ୍ତୁ । ସେହିପରି ୨୨ ଜାନୁୟାରୀରେ ଘରେ ଘରେ ‘ରାମ ଜ୍ୟୋତି ପ୍ରଜ୍ୱଳନ’ କରି ଦୀପାବଳି ଉତ୍ସବ ପାଳନ କରନ୍ତୁ ରାଜ୍ୟବାସୀ ବୋଲି ଶ୍ରୀ ସାମଲ କହିଛନ୍ତି ।

    ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ନାୟକ, ମନସ୍ମିତା ଖୁଂଟିଆ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ