Thursday, April 30, 2026
42.1 C
Odisha

    ପଶ୍ଚିମବଙ୍ଗରେ ଭଙ୍ଗାଗଲା ବିଜେପି କାର୍ଯ୍ୟାଳୟ

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୋଲିସ। ଏପରିକି କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଥିଲା। କୋଲକାତାର ତାରାତାଲାର ଗୋରାଗାଚାସ୍ଥିତ ବିଜେପି କାର୍ଯ୍ୟାଳୟରେ ପୋଲିସ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପଶ୍ଚିମବଙ୍ଗ ପୋଲିସ ଦୁଇ ଦିନ ମଧ୍ୟରେ ରାସ୍ତା କଡ଼ରେ ଥିବା ବଜାରରୁ ଉର୍ଦ୍ଧ୍ୱ ଦୋକାନକୁ ଭାଙ୍ଗି ଦେଇଛନ୍ତି।ରାସ୍ତାକଡ଼ରେ ଜବର ଦଖଲ କରିଥିବା ଦୋକାନୀଙ୍କ ଖିଲାଫରେ ଚାଲିଥିବା ଅଭିଯାନକୁ ନେଇ ଗୁରୁବାର ଏକ ବୈଠକ ରଖିଛନ୍ତି ମମତା ବାନାର୍ଜୀ। ଜୁନ୍ ୨୫ ତାରିଖ ଦିନ ପିଟିଆଇକୁ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କୋଲକାତା ଏବଂ ସଲ୍ଟଲେକ୍ ରେ ଥିବା ବିଭିନ୍ନ ଦୋକାନୀମାନଙ୍କୁ ଦୋକାନ ହଟାଇବାକୁ କୁହାଯାଇଛି। ମଙ୍ଗଳବାର ସକାଳୁ ଏକ ଜେସିବି ସାହାଯ୍ୟରେ ଭବାନୀପୁର ଅଞ୍ଚଳର ସରକାରୀ ଏସ୍. ଏସ୍. କେ. ଏମ୍ ହସ୍ପିଟାଲ୍ ସମ୍ମୁଖ ଫୁଟପାଥ୍ ସମେତ ସହରର ବିଭିନ୍ନ ସ୍ଥାନରୁ ଜବରଦଖଲକାରୀଙ୍କୁ ହଟାଇବା ଆରମ୍ଭ କରିଛି କୋଲକାତା ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.1 ° C
    42.1 °
    42.1 °
    12 %
    3.4kmh
    30 %
    Thu
    39 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ