Sunday, September 20, 2026
24.1 C
Odisha

    ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୬ଷ୍ଠ ତମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପିର ଶ୍ରଦ୍ଧାଞ୍ଜଳୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୬/୦୮: ମହାନ୍ ରାଷ୍ଟ୍ରପୁରୁଷ, ଦୂରଦ୍ରଷ୍ଟା, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୬ଷ୍ଠ ତମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକତାଙ୍କ ସମେତ ସାରା ଓଡିଶାବାସୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଭୁବନେଶ୍ୱରରେ ଏମସ୍ ହସ୍ପିଟାଲ ପରିସରସ୍ଥିତ ବାଜପେୟୀଜିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
    ଭାରତର ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଜୀ କେବଳ ଜଣେ ରାଜନୀତିଜ୍ଞ ନଥିଲେ ସେ ଜଣେ ଯୁଗଜନ୍ମା ଓ ରାଷ୍ଟ୍ରନୀତିଜ୍ଞ ଥିଲେ । ଭାରତର ବିକାଶ ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଘେନି ଯିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଅଟଳଜୀ ଭାରତବର୍ଷର ଐତିହାସିକ ପରିବର୍ତନ କରିଥିଲେ । ଅଟଳଜୀଙ୍କ ପାଇଁ ଓଡ଼ିଶା ପରେ ବର୍ତମାନ ଦେଶର ଏକାଧିକ ରାଜ୍ୟରେ ଏମ୍ସ ହସ୍ପିଟାଲ ନିର୍ମାଣ ହେଉଥିବାରୁ ସାଧାରଣ ଲୋକେ ଚିକିତ୍ସାର ସୁବିଧା ପାଉଛନ୍ତି । ରାଜନୀତିର ରଣବୀର, ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳଜୀ “ସଡକ କ୍ରାନ୍ତିର ଜନକ” ଭାବେ ପରିଚିତ । ଅଟଳଜୀଙ୍କ ଶାସନ କାଳରେ ଦେଶରେ ଗମନାଗମନ କ୍ଷେତ୍ରରେ ହୋଇଥିଲା ଯୁଗାନ୍ତକାରୀ ପରିବର୍ତନ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ହେଉ କି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଭାରତକୁ ନୂଆ ଦିଶା ଦେଇଛନ୍ତି ଅଟଳଜୀ । ଓଡିଶାକୁ ଜାତୀୟ ରାଜପଥରେ ୧୫୦୦ କିଲୋମିଟରରୁ ୩୪୦୦ କିଲୋମିଟର ରେ ପହଁଚାଇଥିଲେ । ୧୯୯୯ ମହାବାତ୍ୟା ପରେ ଓଡିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଜୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ଗ୍ରାମ ସଡକ ଯୋଜନା, ଗାଁ ଗାଁରେ ମୋବାଇଲ ସଂଯୋଗ କରାଇବା, ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ପରେ ଅନ୍ୟତମ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜ ଆଜି ସମସ୍ତଙ୍କ ବିଶ୍ୱାସଯୋଗ୍ୟ ହୋଇପାରିଛି । ସରକାର ବର୍ତମାନ କ୍ୟାନସର୍ ଠାରୁ ଆରମ୍ଭ କରି ଚାରୋଟି ବିଭାଗରେ ଏକ୍ସେଲେନ୍ସ ଆରମ୍ଭ ହେବାକୁ ଯାଉଛି । ଆମର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରସାଦ ନଡ୍ଡା ଜୀ ଖୁବ୍‌ଶୀଘ୍ର ଏହାର ଶୀଳାନ୍ୟାସ କରିବେ । ଏମ୍ସ ପାଇଁ ଯେତେ କାର୍ଯ୍ୟକ୍ରମ ହେବ ସେଥିରେ ଆମେ ସହଯୋଗ କରିବା ସହ ଜମିଜମାର ଯେତେ ଅସୁବିଧା ଅଛି ତାହାର ସମାଧାନ ହେବ । ଏହି ମେଡିକାଲରେ ନିଜ ରୋଗ ଦେଖାଇବା ପାଇଁ ଯେଉଁ ଲୋକମାନେ ଆସି ମାସେ ମାସେ ଧରି ବାହାରେ ରହୁଛନ୍ତି, କିନ୍ତୁ ରହିବାକୁ ସ୍ଥାନ ପାଉନାହାଁନ୍ତି ସେମାନଙ୍କୁ ସ୍ଥାନ ମିଳିବ । ଓଡିଶାପାଇଁ ଅଟଳଜୀ ନମସ୍ୟ ଓ ଆମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ଅଟନ୍ତି । ସ୍ୱର୍ଗତଃ ଅଟଳଜୀଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ । ଭାରତବର୍ଷର ଯୁବପିଢୀ ସ୍ୱର୍ଗତଃ ଅଟଳଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
    ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡଜେନା, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର ଏବଂ ଏମ୍ସ ମେଡିକାଲ କର୍ତୃପକ୍ଷଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱର୍ଗତଃ ଅଟଳଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    1.7kmh
    93 %
    Sat
    24 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ