Monday, June 23, 2025
25.6 C
Odisha

    ମୃତା ଲକ୍ଷ୍ମୀଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ ରାୟଗଡା, ତା.୨୮/୧୨ : ଗତ ୨୧ତାରିଖ ଦିନ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାଶୀପୁର ଅଂଚଳର ମା’ଗୃହ ପରିଚାଳିକା ଲକ୍ଷ୍ମୀ ମାଝୀଙ୍କୁ ଦୁର୍ବୃତମାନେ ପୋଡି ହତ୍ୟା କରିଥିଲେ । ଏନେଇ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ପୋଲିସର ତଦନ୍ତ ପକ୍ରିୟାକୁ ତ୍ୱରାନ୍ୱିତ କରିବା, ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବା ଦାବି ନେଇ ଆଜି ୬ ଘଂଟିଆ ରାୟଗଡାରେ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ଡାକରା ସଫଳ ହୋଇଥିବାରୁ ରାୟଗଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ।
    ଗତ ୮ଦିନ ତଳେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହୋଇଥିଲେ ବି ପୋଲିସର ତତ୍ପରତା ପ୍ରକାଶ ପାଉନାହିଁ । ଲକ୍ଷ୍ମୀଙ୍କୁ କିଏ ଓ କାହିଁକି ହତ୍ୟା କଲା, ସେ ନେଇ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାର ତତ୍ପରତା ଦେଖାଉ ନାହିଁ କାହିଁକି ? ଏହା ପଛରେ କିଏ ପ୍ରଭାବଶାଳୀ ବ୍ୟକ୍ତି ରହିଛି ? ବିଜେଡି ସରକାରର ମହିଳା ଓ ଆଦିବାସୀବିରୋଧୀ ମନୋଭାବ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାକୁ ଆଦୈା ବରଦାସ୍ତ କରାଯିବ ନାହିଁ । ମୃତା ଲକ୍ଷ୍ମୀଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଡା.ବିଶ୍ୱାଳ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    83 %
    3.4kmh
    100 %
    Mon
    26 °
    Tue
    26 °
    Wed
    31 °
    Thu
    33 °
    Fri
    32 °

    ସମ୍ବନ୍ଧିତ