Wednesday, September 25, 2024
23.7 C
Odisha

    ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜନ୍ମ ଜୟନ୍ତୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୫/୦୯: ମହାନ ରାଷ୍ଟ୍ରବାଦୀ, ଜନନାୟକ, ଦାର୍ଶନିକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ସାଧାରଣ ସଂପାଦକ, ଆମ ଦଳର ମାର୍ଗଦର୍ଶକ ତଥା ଏକାତ୍ମ ମାନବ ଦର୍ଶନର ସ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ୧୦୯ ତମ ଜନ୍ମ ଜୟନ୍ତୀକୁ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅବସରରେ ଆଜି ପାର୍ଟୀ ତରଫରୁ ରାଜ୍ୟର ପ୍ରତ୍ୟେକ ବୁଥରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ତାଙ୍କ ଜୀବନ ଓ ଯୋଗଦାନ ବିଷୟରେ ସ୍ମୃତିଚାରଣ କରାଯାଇଛି । ପାର୍ଟୀର ସାଂଗଠନିକ ମହାପାର୍ବ – ୨୦୨୪ କୁ ଗୁରୁତ୍ୱ ଦିଆଯାଇ ଏହି ଅବସରରେ ସଦସ୍ୟତା ଅଭିଯାନକୁ ଗତିଶୀଳ କରାଯାଇଛି । ଏଥି ସହ ପ୍ରତ୍ୟେକ ବୁଥସ୍ତରରେ ‘ମାଁ ପାଇଁ ଗଛଟିଏ ଅଭିଯାନ’ ଅନ୍ତର୍ଗତ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୁଥରୁ ଆରମ୍ଭ କରି ରାଜ୍ୟସ୍ତରର ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ନିଜ ଅଂଚଳରେ ଉପସ୍ଥିତ ରହି ସଦସ୍ୟତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
    ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଚାନ୍ଦବାଲିରେ ଅନୁଷ୍ଠିତ ଦୀନଦୟାଲ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେଇଥିଲେ ।
    ‘ଏକାତ୍ମ ମାନବ ଦର୍ଶନ’ ହେଉଛି ଆମର ମୂଳ ଆଧାର ଏବଂ ‘ଅନ୍ତ୍ୟୋଦୟ’ ହେଉଛି ସଂକଳ୍ପ । କ୍ଷମତା କେବଳ ଏକ ମାତ୍ର ଲକ୍ଷ୍ୟ ନୁହେଁ, ଜନସେବା ହେଉଛି ମୂଳ ଲକ୍ଷ୍ୟ । ରାଜ୍ୟରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର । ସଶକ୍ତ ଓ ସ୍ୱାବଲମ୍ବୀ ଓଡିଶା ଗଠନ କରିବା ଆମର ପ୍ରାଥମିକତା । ଓଡିଶାବାସୀଙ୍କ ବିପୁଳ ସମର୍ଥନ କାରଣରୁ ‘ବିକଶିତ ଓଡିଶାର ମୁଳଦୁଆ’ ପଡିସାରିଛି । ୨୦୩୬ ସୁଦ୍ଧା ଓଡିଶା ବିକଶିତ ହେବ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଓଡିଶା ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କହିଛନ୍ତି । ଏହି ଅବସରରେ ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୫୪ ଓ ୫୫ନଂ ବୁଥ ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଦସ୍ୟତା ଗ୍ରହଣ କରାଇଥିଲେ । ଏଥି ସହ ବିଧାୟକ ବାବୁ ସିଂଙ୍କ ସମେତ ପାର୍ଟୀର ଅନେକ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇଥିଲେ ।
    ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଭାରତୀୟ ଜନସଂଘ ଦଳର ନୀତି ଓ ସିଦ୍ଧାନ୍ତ ଉପସ୍ଥାପନା କରିବାକୁ ଯାଇ ଦୀନଦୟାଲଜୀ ଏକାତ୍ମ ମାନବବାଦ ଦର୍ଶନ ପ୍ରସ୍ତୁତ କରିଥିଲେ । ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ଏହାକୁ ପଂଚନିଷ୍ଠାରେ ସ୍ଥାନିତ କରିଛି । ପରବର୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାନ ଦର୍ଶନକୁ ଆଧାର କରି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ସମାଜର ସବୁଠୁ ତଳସ୍ତରରେ ବାସ କରୁଥିବା ଲୋକଙ୍କ ପାଖରେ ସମସ୍ତ ସରକାରୀ ବ୍ୟବସ୍ଥା ପହଂଚାଇବା ହେଉଛି ମୂଳ ଉଦ୍ଦେଶ୍ୟ । ପଣ୍ଡିତ ଦୀନଦୟାଲ ଉପଧ୍ୟାୟଜୀଙ୍କ ଅନ୍ତ୍ୟୋଦୟ ଯୋଜନାର ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାର ପ୍ରୟାସ ଜାରୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । ସମାଜର ଅନ୍ତିମ ସୋପାନରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ରାଜ୍ୟରେ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ୧୮୫,୧୮୬ ଓ ୧୮୮ ବୁଥରେ ଘର ଘର ବୁଲି ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ ।
    ସେହିପରି ରାଜ୍ୟ କାର୍ଯ୍ୟାଳୟଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା, ସେବା ପକ୍ଷ ରାଜ୍ୟ ସଂଯୋଜକ ତଥା ପୂର୍ବତନ ରାଜ୍ୟସଭାପତି ଶ୍ରୀ ବିମ୍ବାଧର କୁଅଁରଙ୍କ ଉପସ୍ଥିତିରେ ପଣ୍ଡିତ ଦୀନଦୟାଲଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ଡ. ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ କାନନବାଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.7 ° C
    23.7 °
    23.7 °
    99 %
    1.9kmh
    100 %
    Wed
    24 °
    Thu
    28 °
    Fri
    29 °
    Sat
    29 °
    Sun
    31 °

    ସମ୍ବନ୍ଧିତ