Sunday, March 29, 2026
31.5 C
Odisha

    ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ସୁଭଦ୍ରା’ ଯୋଜନା ସହାୟକ ହେଉଛି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ବାରିପଦା: ଆମେ ଦେଇଥିବା କଥା ରଖିଛୁ ଏବଂ ମା’ମାନଙ୍କୁ ‘ସୁଭଦ୍ରା’ ଯୋଜନାରେ ଟଙ୍କା ପ୍ରଦାନ କରିଛୁ। ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ କରିଛୁ। ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ଏହା ସହାୟକ ହେଉଛି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିବିଟି ମାଧ୍ୟମରେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ ରାଜ୍ୟର ୪୦ଲକ୍ଷ ରୁ ଅଧିକ ମହିଳାଙ୍କୁ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବଟନ୍ ଟିପି ଏହି ଟଙ୍କା ପଠାଇଛନ୍ତି। ଏଯାଏ ୬୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଏହି ଯୋଜନାର ଲାଭ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ବିଜେଡି ସରକାର ଖାଲି ସ୍ଲୋଗାନରେ ସୀମିତ ଥିଲା। ନାରୀ ସଶକ୍ତିକରଣ ଲାଗି ମିଛ ପ୍ରଚାରରେ ମାତିଥିଲା ବିଜେଡି।

    ଏଣେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଡବଲ ଇଞ୍ଜିନ ସରକାରର ଫାଇଦା ଓଡ଼ିଶାବାସୀଙ୍କୁ ମିଳୁଛି ବୋଲି କହିଛନ୍ତି।
    ବାରିପଦାର ଛଉ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ‘ସୁଭଦ୍ରା’ ଟଙ୍କା ପଠାଇଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଅଛନ୍ତି।
    ଶ୍ରୀ ମାଝୀ ବାରିପଦାର ଆରପିଜିରେ ରହିଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକାପ୍ଟର ଯୋଗେ ପହଞ୍ଚିଥିଲେ। ସେଠାରୁ ବାରିପଦା ପୌରାପରିଷଦକୁ ଯାଇ ସେଠାରେ ବରପୁତ୍ର ଗୋପବନ୍ଧୁ ଦାସଙ୍କ ସହ ଅନ୍ୟ ବରପୁତ୍ରଙ୍କ ପ୍ରତିମୂତ୍ତିଙ୍କୁ ସମ୍ମାନ ଜଣାଇବା ପରେ ଛଉ ପଡ଼ିଆକୁ ଯାଇଥିଲେ।
    ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଏକ ଯୁଗାନ୍ତକାରୀ ଯୋଜନା। ଏହା ଓଡ଼ିଶାର ସବୁଠାରୁ ବଡ଼ ଯୋଜନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ