Monday, April 13, 2026
40.8 C
Odisha

    ୬ ବର୍ଷ ଧରି ଖାଲି ପାଦରେ ଥିଲେ ଏହି ଭାଜପା ନେତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଜ ଦଳ ଲାଗି ଜଣେ କର୍ମକର୍ତ୍ତା କିଭଳି ତ୍ୟାଗ କରିପାରେ ତାର ବିରଳ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।  ଜଣେ ଭାଜପା ନେତା ଦଳର ବିଜୟ ପରେ ଦୀର୍ଘ ୬ ବର୍ଷ ପରେ ଜୋତା-ଚପଲ ପିନ୍ଧିଛନ୍ତି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସେଠାରେ ଉପସ୍ଥିତ ରହିଥିଲେ। ଏପରିକି ସେ ନିଜେ ତାଙ୍କୁ ଜୋତା ପିନ୍ଧାଇଥିଲେ। ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଅନୁପପୁରର ଭାଜପା ଜିଲା ଅଧ୍ୟକ୍ଷ ରାମଦାସ ପୁରୀ ବଡ଼ ପ୍ରତିଜ୍ଞା ନେଇଥିଲେ। ଯେତେବେଳ ଯାଏ ରାଜ୍ୟରେ ଭାଜପା ସରକାର ଆସିବ ନାହିଁ ସେ ପାଦରେ ଯୋତା ପିନ୍ଧିବେ ନାହିଁ ବୋଲି କହିଥିଲେ। ୨୦୧୭-୧୮ରେ ସେ ଏହି ପ୍ରତିଜ୍ଞା ନେଇଥିବା ବେଳେ ଏଯାଏ ଖାଲି ପାଦରେ ଥିଲେ। ଏବେ ଭାଜପା ରାଜ୍ୟରେ ସରକାର ଗଢ଼ିବା ପରେ ସେ ପ୍ରାୟ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି। ସୂଚନାଯୋଗ୍ୟ, ରାମଦାସଙ୍କ ପ୍ରତିଜ୍ଞା ପରେ ଶିବରାଜ ମଧ୍ୟ ଏକ ସଂକଳ୍ପ ନେଇଥିଲେ। ସେ ଶନିବାର ନିଜ ହାତରେ ତାଙ୍କୁ ଜୋତା ପିନ୍ଧାଇ ସଂକଳ୍ପ ପୂରଣ କରିଥିଲେ। ଏହି ସମୟରେ ଶିବରାଜ ବେଶ ଭାବୁକ ନଜର ଆସିଥିଲେ। ସେ ରାମଦାସଙ୍କୁ ଆଲିଙ୍ଗନ କରିଥିଲେ। ତେବେ ପରେ ରାମଦାସଙ୍କ ଭଳି କର୍ମୀ ହିଁ ଦଳର ଶକ୍ତି। ୨୦୨୦ରେ ମଧ୍ୟ ସେ ଚପଲ ପିନ୍ଧି ନ ଥିଲେ। ପୁଣିଥରେ ସରକାର ଆସିଲେ ପିନ୍ଧିବେ ବୋଲି ଶିବରାଜ ମତବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.8 ° C
    40.8 °
    40.8 °
    10 %
    3.7kmh
    0 %
    Mon
    40 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ