Saturday, July 27, 2024
24.6 C
Odisha

    ଲଢେଇ କେବଳ ପଡିଆରେ, କାହିଁକି ଏପରି କହିଲେ ଗମ୍ଭୀର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲଢେଇ କେବଳ  ପଡିଆରେ  । ଯାହା ଆପଣଙ୍କର ମଧ୍ୟ ବିଶ୍ବାସ ହେଉ ନଥିବ  । ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ସହ ଆଇପିଏଲରେ ଦୁଇ ଦୁଇ ଥର ଯୁକ୍ତିତର୍କ ହୋଇଛି  । ଦ୍ୱିତୀୟ ଥର ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଗତ ସିଜିନ୍‌ ଅର୍ଥାତ୍‌ ଆଇପିଏଲ ୨୦୨୩ରେ ହୋଇଥିଲା । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ଗମ୍ଭୀରଙ୍କୁ ମଧ୍ୟ ପ୍ରଶଂସା କରିବେ  । କାରଣ ଭିଡିଓରେ ଗମ୍ଭୀର କହିଛନ୍ତି, ଲଢେଇ କେବଳ ପଡ଼ିଆରେ ଅଛି । ବାସ୍ତବରେ ଭାଇରାଲ ହେଉଥିବା ଭିଡିଓରେ ଗମ୍ଭୀର ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ କହିଥିବାର ଦେଖିବାକୁ ମିଳିଛି । ଭିଡିଓରେ ବିରାଟ କେଉଁ ବୋଲରଙ୍କ ବିପକ୍ଷରେ ଦିନିକିଆରେ ନିଜର ୫୦ ତମ ଶତକ ହାସଲ କରିଛନ୍ତି  ବୋଲି ଗମ୍ଭୀରଙ୍କୁ ପଚରାଯାଇଛି । ଯେଉଁଥିରେ ସେ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଲକି ଫର୍ଗୁସନ । ଗମ୍ଭୀର ଆହୁରି କହିଛନ୍ତି, ତୁମେ ବାରମ୍ବାର ଦେଖାଉଛ ଯେ ମୋର ସବୁକିଛି ମନେ ଅଛି। ମୋର ଲଢେଇ କେବଳ ପଡ଼ିଆରେ। ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିଥିଲା । ଯେଉଁଥିରେ କୋହଲି ଏକ ଶତକ ହାସଲ କରିଥିଲେ, ଯାହାକି ତାଙ୍କ ଦିନିକିଆ କ୍ୟାରିୟରର ୫୦ ତମ ଶତକ ଥିଲା। ବିରାଟ କୋହଲି ତାଙ୍କ କ୍ୟାରିୟର ମଧ୍ୟରେ ୧୧୧ ଟେଷ୍ଟ, ୨୯୨ ଦିନିକିଆ ଏବଂ ୧୧୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି  । ସେ ଟେଷ୍ଟରେ ୨୯ ଶତକ, ଦିନିକିଆରେ ୫୦ ଶତକ ଏବଂ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ଶତକ ହାସଲ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ