Friday, April 3, 2026
39.1 C
Odisha

    ନରମିଲା ସ୍ୱର: ଗିରଫ ନା ଆତ୍ମସମର୍ପଣ କରିବେ ବିଜେପି ନେତା ଜଗା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ପରେ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ହରଡ଼ଘଣାରେ ରାଜ୍ୟ ସରକାର। ଆକ୍ରମଣ ଘଟଣାରେ ଜଗନ୍ନାଥ ଓରଫ ଜଗା ପ୍ରଧାନକୁ ଗିରଫ କରିବା ଦାବି ଜୋର ଧରିଛି। ବୁଧବାର ସକାଳେ ନିଜଆଡୁ କେତେକ ଗଣମାଧ୍ୟମରେ ଆକ୍ରମଣକୁ ଏକ ପ୍ରକାର ଯଥାର୍ଥ ବୋଲି ଦର୍ଶାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ କେତେଜଣ ଦଳୀୟ ନେତା ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଥିଲେ।
    ତେବେ ଦିନ ତମାମ ଏକ ପ୍ରକାର ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସମୂହ ଛୁଟିରେ ଯାଇଥିବା ଓଏଏସ ସଙ୍ଘ ସହ ଓଡିଶା ରେଭିନ୍ୟୁ ସର୍ଭିସର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ପରିସ୍ଥିତିକୁ ଦେଖି ଓ ଦଳୀୟ ଚାପରେ ସନ୍ଧ୍ୟା ବେଳକୁ ଜଗନ୍ନାଥ ପ୍ରଧାନଙ୍କ ସ୍ୱର ନରମି ଯାଇଥିଲା। ଏକ ଟ୍ୱିଟ ଜରିଆରେ ସେ ‘ଆଇନକୁ ସମ୍ମାନ ଦେଉଛି’ ବୋଲି ସ୍ପଷ୍ଟ କରିଥିଲେ। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ