Saturday, April 4, 2026
29 C
Odisha

    ଓଡ଼ିଶାରେ ଲୋକସଭା ନିର୍ବାଚନ: ବିଜେପି ସପକ୍ଷରେ ବୁଥ୍‌ ବାହୁଡ଼ା ମତ, ବିଜେଡିକୁ ହେବାକୁ ପଡ଼ିପାରେ ନିରାଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଲୋକସଭା ନିର୍ବାଚନ-୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଏହାର ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମର ସହାୟତାରେ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍‌ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ଏଥର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେ ରିପୋର୍ଟ କରିଛି। ସର୍ଭେ ରିପୋର୍ଟ ଗୁଡ଼ିକରେ କୁହାଯାଉଛି ଯେ, ବିଜୁ ଜନତା ଦଳକୁ ୨୦୧୯ ନିର୍ବାଚନ ତୁଳନାରେ ବହୁତ କମ୍‌ ଆସନରେ ମିଳିପାରେ।

    ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ବିଜେପିକୁ ୧୫ରୁ ୧୭ଟି ଆସନ ମିଳିପାରେ। ବିଜେଡି ଖାତାକୁ ୪-୬ଟି ଆସନ ଯାଇପାରେ।‌ ସେହିପରି କଂଗ୍ରେସ ପୂର୍ବ ଭଳି ଗୋଟିଏ ଆସନ ଜିତିପାରେ ବୋଲି ସର୍ଭେ ରିପୋର୍ଟ କହୁଛି। ଏବିପି-ସି ଭୋଟର ସର୍ଭେ ରିପୋର୍ଟ କହୁଛି, ବିଜେପିକୁ ୧୭ରୁ୧୯, ବିଜେଡିକୁ ସର୍ବାଧିକ ୩ ଓ କଂଗ୍ରେସକୁ ସର୍ବାଧିକ ୨ଟି ଆସନ ମିଳିପାରେ। ଇଣ୍ଡିଆ ନ୍ୟୁଜ ରିପୋର୍ଟ ଅନୁସାରେ ରାଜ୍ୟରେ ବିଜେପିକୁ ୧୩ ଓ ବିଜେଡିକୁ ୮ଟି ଲୋକସଭା ଆସନ ମିଳିବ। ନ୍ୟୁଜ ୨୪ର ସର୍ଭେ କହୁଛି, ବିଜେପିକୁ ୧୬ ଓ ବିଜେଡିକୁ ୪ ଆସନରେ ବିଜୟୀ ହେବ।

    ସେହିପରି ଟୁଡେ’ ଚାଣକ୍ୟର ସର୍ଭେ ରିପୋର୍ଟ ଅନୁସାରେ ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାରେ ୧୬ରୁ ଅଧିକ ଆସନ ମିଳିପାରେ। ବିଜେଡିକୁ ୪ରୁ ଅଧିକ ଓ କଂଗ୍ରେସକୁ ଗୋଟିଏରୁ ଅଧିକ ଲୋକସଭା ଆସନ ମିଳିପାରେ। ଏନ୍‌ଡିଟିଭି ସର୍ଭେ ରିପୋର୍ଟ ଅନୁସାରେ ବିଜେପିକୁ ୧୫, ବିଜେଡିକୁ ୩ରୁ୮ ଆସନରେ ବିଜୟ ହାସଲ ହେବ। ସେହିପରି ଜନ୍‌ କି ବାତ୍‌ ସର୍ଭେ ରିପୋର୍ଟ କରିଛି ଯେ, ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ବିଜେପି ୧୫ରୁ ୧୮ଟି ଆସନ ହାତେଇବ। ବିଜେଡିକୁ ୩ରୁ ୭ଟି ଆସନରେ ବିଜୟ ମିଳିପାରେ।

    ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ୨୧ରୁ ୧୨ଟି ମିଳିଥିଲା। ବିଜେପି ୮ଟି ଓ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ