Tuesday, August 19, 2025
26.5 C
Odisha

    ଆସୁଛି ଟ୍ରେଣ୍ଡ: ଓଡିଶାରେ ମ୍ୟାଜିକ୍ ନମ୍ବର ଛୁଇଁଲା ବିଜେପି । ୭୪ ଆସନରେ ଆଗୁଆ ପଦ୍ମ, ୫୧ ଆସନରେ ଆଗୁଆ ଶଙ୍ଖ

    ଆଗକୁ ପଢନ୍ତୁ

    ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ପଛରେ ପଡିଛି ବିଜେଡି । ୧୪୭ ବିଧାନସଭା ଆସନରୁ ୧୪୧ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ତା ଭିତରୁ ୭୪ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ୫୧ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୩ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ଘଷିପୁରା ଆସନରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି । ଓଡିଶାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ, ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୭୪ ଆସନରେ ଆଗୁଆ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    85 %
    1.3kmh
    100 %
    Tue
    29 °
    Wed
    29 °
    Thu
    30 °
    Fri
    27 °
    Sat
    24 °

    ସମ୍ବନ୍ଧିତ