Monday, October 5, 2026
22.4 C
Odisha

    ଅଗଷ୍ଟ ଶେଷ ସୁଦ୍ଧା ବିଜେପି ବାଛିବ ରାଷ୍ଟ୍ରୀୟ ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ବିଜେପି ଶିବିରରୁ ଆସିଲା ବଡ ଖବର । ଅଗଷ୍ଟ ଶେଷ ସୁଦ୍ଧା ଦଳକୁ ମିଳିପାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଗଷ୍ଟ ମାସରେ ଜେପି ନଡ୍ଡାଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନୂଆ ଚେହେରାଙ୍କ ଉପରେ ଦଳ ମୋହର ମାରିପାରେ ।ଯଦିଓ ଜୁନ ମାସରୁ ନଡ୍ଡାଙ୍କ କାର୍ୟ୍ୟକାଳ ସରିଥିଲେ ବି ନୂଆ ଅଧ୍ୟକ୍ଷ ପର୍ୟ୍ୟନ୍ତ ସେ ଦାୟିତ୍ବ ସମ୍ଭାଳିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲେ ।ତେବେ ରେସରେ ସବୁଠୁ ଆଗରେ ରହିଛନ୍ତି ସ୍ମୃତି ଇରାନୀ । ଆଜି ପର୍ୟ୍ୟନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ କୌଣସି ମହିଳା ଚେହେରାଙ୍କୁ ଦଳ ମୌକା ଦେଇନି । ଅନ୍ୟପଟେ ସ୍ମୃତି ଦଳର ଜଣେ ଫାୟାରବ୍ରାଣ୍ଡ ଚେହେରା ହୋଇ ମଧ୍ୟ ଆମେଠିରୁ ହାରିଛନ୍ତି ।ସେପଟେ ଦଳ ନାରୀ ସଶକ୍ତିକରଣ କଥା କହୁଥିବାବାରୁ ସ୍ମୃତିଙ୍କୁ ନେଇ ବଡ ନିଷ୍ପତି ନେଇପାରେ । ବୁଧବାର ଗୃହମନ୍ତ୍ରୀ ଅମିତ ଶାହା, ମହାସଚିବ ବିଏସ ସନ୍ତୋଷଙ୍କ ସହ ନଡ୍ଡା ଦୁଇ ଘଂଟା ଧରି ବୈଠକ କରିବା ପରେ ଦଳ ଖୁବ ଶିଘ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବାଛୁଥିବା ଖବର ଚର୍ଚ୍ଚ ହେଉଛି ।ସେପଟେ ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ସମସ୍ତ ରାଜ୍ୟର ମହାସଚିବଙ୍କ ବୈଠକରେ ମଧ୍ୟ ଏନେଇ ବିଚାର ବିମର୍ଶ କରାଯାଇପାରେ । ମୋଦୀଙ୍କ ତୃତୀୟ କାଳରେ ନଡ୍ଡାଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ଦିଆଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ