Saturday, May 3, 2025
23.2 C
Odisha

ବାଣ ଗୋଦାମରେ ବିସ୍ଫୋରଣ, ଜିଅନ୍ତା ଜଳିଗଲେ ବାଣ ବ୍ୟବସାୟୀ

ଆଗକୁ ପଢନ୍ତୁ

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ୨ଟା ପାଖାପାଖି ସମୟରେ ବାଣଗୋଦାମରେ ବିସ୍ଫୋରଣ ଘଟି ଜନୈକ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି | ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ବଂଶୀଧର ପଲେଇଙ୍କ ୫୬ବର୍ଷୀୟ ପୁଅ ବାଦଲ ଓରଫ ଖଗେଶ୍ୱର ପଲେଇ | ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ନିକ ଗୃହ ନିକଟସ୍ଥ ଏକ ଅସ୍ଥାୟୀ ଆଜବେଷ୍ଟସ ତିଆରି ବାଣ ଗୋଦାମରେ ଆସନ୍ତାକାଲି ତାଙ୍କର ଏକ ବାହାଘରିଆ ଅର୍ଡର ମୁତାବକ ବାଣ ପ୍ରସ୍ତୁତ କରୁଥିବାବେଳେ ଅପରାହ୍ନ ୨ଟା ପାଖାପାଖି ସମୟରେ ହଠାତ ବିସ୍ଫୋରଣ ଘଟିଥିଲା |

ପ୍ରାଥମିକ ତଦନ୍ତରୁ ବାଣ ଭିଡୁଥିବାବେଳେ କୌଣସି କାରଣବଶତଃ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବାଣ, ବାରୂଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ଅସ୍ଥାୟୀଘରେ ବିସ୍ଫୋରଣ ଘଟିଥିଲା | ପ୍ରଚଣ୍ଡ ବିସ୍ଫୋରଣରେ ପୁରା ଗାଁ ଥରି ଉଠିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ସମସ୍ତେ ଘଟଣାସ୍ଥଳକୁ ଦୌଡି ଯାଇଥିଲେ | ସେଠାରେ ଖଗେଶ୍ୱରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ବେଳେ ଅସ୍ଥାୟୀ ଘରର ଛପର ଉଡି ଯାଇଥିଲା | ବେତନଟୀ ଅଗ୍ନିଶମ ବିଭାଗ ସମେତ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
23.2 ° C
23.2 °
23.2 °
89 %
2kmh
0 %
Fri
23 °
Sat
39 °
Sun
40 °
Mon
40 °
Tue
42 °

ସମ୍ବନ୍ଧିତ