Saturday, August 22, 2026
24.3 C
Odisha

    ସଂସଦର ସୁରକ୍ଷା ଭଙ୍ଗ ମାମଲାର ମାଷ୍ଟରମାଇଣ୍ଡର ବିବାଦୀୟ ବୟାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୦୧ ସଂସଦ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ଗତବୁଧବାର ଦିନ ସାଗର ଶର୍ମା ଓ ମନୋରଂଜନ ଡି. ଶୂନ୍ୟକାଳରେ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁ ହଳଦିଆ ଧୂଆଁ ଛାଡିଥିଲେ । ସଂସଦ ଭବନ ବାହାରେ ଅମୋଲ ସିନ୍ଦେ ଓ ନୀଲମ ଦେବୀ  ଲାଲ ଓ ହଳଦିଆ ଧୂଆଁ ଛାଡ଼ି ‘ଏକଛତ୍ରବାଦ ଚାଲିବ ନାହିଁ’ ବୋଲି ସ୍ଲୋଗାନ ଦେଇଥିଲେ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ୨ ଦିନ ପରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଲଲିତ ଝାକୁ ପୁଲିସ ଗିରଫ କରିଥିଲା । ଗିରଫ ପରେ କୋର୍ଟ ଲଲିତକୁ ୭ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛି। ଏହି କ୍ରମରେ ପୁଲିସ ଲଲିତର ସୋସିଆଲ ମିଡିଆ ପୋଷ୍ଟ ଯାଞ୍ଚ କରିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ସଂସଦର ସୁରକ୍ଷା ଭଙ୍ଗ ମାମଲାର କିଛିଦିନ ପୂର୍ବରୁ ଲଲିତ ଏକ ବିବାଦୀୟ ପୋଷ୍ଟ କରିଥିଲା। ଅକ୍ଟୋବର ୨୬ ତାରିଖରେ ଲଲିତ ଲେଖିଥିଲା, ‘ଭାରତରେ ବୋମାର ଆବଶ୍ୟକ ରହିଛ’। ଏଥିସହିତ ସେ ବଙ୍ଗଳା ଭାଷା‌ରେ ଉକ୍ତ ପୋଷ୍ଟର ଆଗକୁ ଲେଖିଥିଲା,‘ଭାରତକୁ ଆଜି ଯେଉଁ ଜିନିଷର ଆବଶ୍ୟକ ରହିଛି ତାହା ହେଉଛି ବୋମା। ଭାରତକୁ ଅତ୍ୟାଚାର, ଅନ୍ୟାୟ ଓ ଅରାଜକତା ବିରୋଧରେ ଏକ ଶକ୍ତ ସ୍ବରର ଆବଶ୍ୟକ ରହିଛି।’ ଏହି ‌ପୋଷ୍ଟ ସବୁ ଦେଖିବା ପରେ ପୁଲିସ ସୋସିଆଲ ମିଡିଆ ଜରିଆରେ କେଉଁମାନଙ୍କ ସହିତ ଲଲିତ ଯୋଗାଯୋଗରେ ଅଛି ତାହାକୁ ନେଇ ଯାଞ୍ଚ କରାଯାଉଛି। ଘଟଣାକୁ ଗମ୍ଭୀରତା ସହ ନିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    96 %
    1.3kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ