Monday, September 21, 2026
27.3 C
Odisha

    ଅନେକ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ଲୁଚିଛପି ବିବାହ କଲେ ଅଭି‌ନେତା-ଅଭିନେତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଭିନେତା ସୌରଭ ଦାସ ଓ ଅଭିନେତ୍ରୀ ଦର୍ଶନା ବାନିକ ବଙ୍ଗଳା ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡ଼ି।  ଏହି ଯୋଡ଼ିକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ସୌରଭ ଓ ଦର୍ଶନା ଅନେକ ଦିନ ହେବ ପ୍ରେମ ସମ୍ପର୍କରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ସୌରଭ ଓ ଦର୍ଶନା ଇନଷ୍ଟାଗ୍ରାମରେ ନିଜର ବିବାହ ଫଟୋକୁ ସେୟାର କରିଛନ୍ତି। ଏଥିରେ ଦୁହିଁଙ୍କୁ ଖୁବ ଖୁସିଥିବା ଦେଖିବାକୁ ମିଳୁଛି। ଏହି ଯୋଡ଼ିଙ୍କ ବିବାହ ପାରମ୍ପରିକ ବଙ୍ଗଳା ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଛି।

    ବିବ‌ାହ ଫଟୋରେ ଦର୍ଶନା ଲାଲରଙ୍ଗର ବନାରସୀ ଶାଢ଼ି ପିନ୍ଧିଥିବା ବେଳେ ‌ସୌରଭ ଧଳାରଙ୍ଗର ସେରୱାନ ପିନ୍ଧି ଖୁବ ସୁନ୍ଦର ଦେଖାଯାଉଛନ୍ତି। ଇନଷ୍ଟାଗ୍ରାମରେ ଏହି ଯୋଡ଼ିଙ୍କ ବିବାହ ଫଟୋ ଦେଖି ତାଙ୍କ ଫ୍ୟାନ୍ସମା‌ନେ ଯେତିକି ଖୁସି ହୋଇଛନ୍ତି ସେତିକି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ସୌରଭ ଓ ଦର୍ଶନା କାହାକୁ କିଛି ନଜଣାଇ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ଦୁହିଁଙ୍କ ଲୁଚିଛପି ବିବାହ ଏବେ ଚର୍ଚ୍ଚାରେ ରହିଛି। ଦର୍ଶନାଙ୍କ ପୂର୍ବରୁ ‌ସୌରଭ ଅନିନ୍ଦିତା ବୋସଙ୍କ ସହିତ ସମ୍ପର୍କରେ ରହିଥିଲେ। କିନ୍ତୁ ଏସମ୍ପର୍କ ବେଶୀଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା। ସୌରଭ ଅନିନ୍ଦିତାଙ୍କ ଠାରୁ ଅଲଗା ହେବା ପରେ ଦର୍ଶନାଙ୍କ ସହିତ ଯୋଡ଼ି ହୋଇଯାଇଥିଲେ। ଅନେକ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ସୌଭର ଦର୍ଶନାଙ୍କୁ ବିବାହ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.3 ° C
    27.3 °
    27.3 °
    85 %
    1.5kmh
    96 %
    Mon
    27 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ