Saturday, July 27, 2024
24.6 C
Odisha

    ଶିମିଳିପାଳରେ ପ୍ରବଳ ଶୀତ, ବରଫ ପାଲଟିଯାଉଛି କାକର

    ଆଗକୁ ପଢନ୍ତୁ

    ଶିମିଳିପାଳରେ ପ୍ରବଳ ଶୀତ । ତଳକୁ ତଳ ଖସୁଛି ପାରଦ । ବରଫ ପାଲଟି ଯାଉଛି ଶିଶିର ବିନ୍ଦୁ । ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସୁଥିବାରୁ ଦିନରେ ବି ଠିକ ଭାବରେ ଦେଖା ଯାଉନାହିଁ ଦିଗବଳୟ । ଆଗକୁ ତାପମାତ୍ରା ଆହୁରି ନିମ୍ନଗାମୀ ହେବା ନେଇ ପୂର୍ବାନୁମାନ କରାଯାଇଛି । ହେଲେ ଅଭୟାରଣ୍ୟର ଏହି ଶୀତୁଆ ସକାଳର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରୁନାହାନ୍ତି ପର୍ଯ୍ୟଟକ । ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ ଯୋଗୁଁ ୨୨ ଦିନ ହେଲା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଶିମିଳିପାଳ । ଅଭୟାରଣ୍ୟ ପାଦ ଦେଶରେ ରହୁଥିବା ଗ୍ରାମବାସୀ ୫ ଦଫା ଦାବି ନେଇ ନଭେମ୍ବର ୨୫ରୁ ରାସ୍ତା ଅବରୋଧ କରିଛନ୍ତି । ଏହାର ସମାଧାନ କରିବା ପାଇଁ ଡିସେମ୍ବର ୧ରେ ବରେହିପାଣି ଠାରେ ଗ୍ରାମବାସୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ବୈଠକ ବସିଥିଲା । ସେହି ବୈଠକରେ ଶିମିଳିପାଳ କର୍ତୃପକ୍ଷ ଦେଇଥିବା ପ୍ରତିଶୃତି ପୂରଣ ନକରିବାରୁ ଲୋକେ ରାସ୍ତା ଅବରୋଧ ଜାରି ରଖିଛନ୍ତି । ଦାବି ପୂରଣ ନହେବା ଯାଏଁ ଶିମିଳିପାଳ ପ୍ରବେଶ ପଥ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ଶିମିଳିପାଳ ବିକାଶ ପରିଷଦ । ଅନ୍ୟପଟେ ଲୋକମାନଙ୍କ ଦାବି ମାନିନେବା ପରେ ବି ସେମାନେ ରାସ୍ତା ଛାଡୁନାହାନ୍ତି ବୋଲି କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦେଶକ । କର୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ସତ୍ୱେ ସମାଧାନର ସୂତ୍ର ବାହାରି ପାରୁନଥିବାରୁ ପର୍ଯ୍ୟଟନ ଋତୁରେ ଶିମିଳିପାଳ ବୁଲାରୁ ବଂଚିତ ହେଉଛନ୍ତି ପର୍ଯ୍ୟଟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ