Monday, October 5, 2026
22.4 C
Odisha

    ସୋଆ ଗବେଷକଙ୍କ ଦ୍ୱାରା ସଂପାଦିତ ପୁସ୍ତକ ଉନ୍ମୋଚିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଜୁନ୍ ୧୯: ‘ଆପ୍ଲିକେସନ୍‌ସ ଅଫ୍ ମେଟାଜେନୋମିକ୍ସ – ଏଗ୍ରିକଲ୍‌ଚର, ଏନ୍‌ଭାଇରନ୍‌ମେଂଟ ଆଣ୍ଡ ହେଲ୍‌ଥ’ ନାମକ ଏକ ପୁସ୍ତକକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ଉନ୍ମୋଚିତ କରିଛନ୍ତି। ଏହି ପୁସ୍ତକକୁ ସୋଆର ଗବେଷକ ପ୍ରଫେସର (ଡ.) ହୃଦୟନାଥ ଥାଟୋଇ ଓ ଅନ୍ୟ ଦୁଇଜଣ ଗବେଷକଙ୍କ ଦ୍ୱାରା ସମ୍ପାଦିତ ହୋଇଛି। ପ୍ରଫେସର (ଡ.) ଥାଟୋଇ ବର୍ତମାନ ସୋଆ ପରିଚାଳିତ ସେଂଟର ଫର୍ ଇଣ୍ଡିଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି (ସିଆଇବିଆର୍‌)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ଅବସରରେ ପ୍ରଫେସର (ଡ.) ଥାଟୋଇ କହିଥିଲେ ଯେ ଏହି ପୁସ୍ତକଟି ମୃତିକା, ଦୁଷିତ ପରିବେଶ, କୃଷି ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଉପଯୋଗୀ ହେବ। ଏହି ପୁସ୍ତକର ଅନ୍ୟ ଦୁଇଜଣ ସଂପାଦକ ହେଲେ ଓଡ଼ିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟର ବାୟୋଇନ୍‌ଫରମେଟିକ୍ସ ବିଭାଗର ମୁଖ୍ୟ ଡ. ସୁକାନ୍ତ କୁମାର ପ୍ରଧାନ ଓ କଟକ ସ୍ଥିତ ଆଇସିଏଆର-ନ୍ୟାସନାଲ ରାଇସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବରିଷ୍ଠ ବୈଜ୍ଞାନିକ ଡ. ଉପେନ୍ଦ୍ର କୁମାର। ପୂର୍ବରୁ ପ୍ରଫେସର ଥାଟୋଇ ଚେନ୍ନାଇ ସ୍ଥିତ ଏମ୍‌.ଏସ୍‌. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍‌ର ମ୍ୟାନ୍‌ଗ୍ରୋଭ୍ ବାୟୋଲୋଜିଷ୍ଟ ଓ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ