Sunday, May 19, 2024
31.4 C
Odisha

    ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ

    ଆଗକୁ ପଢନ୍ତୁ

    ବଢୁଛି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ । ଭାରତ ବିରୋଧୀ ମନ୍ତବ୍ୟ ପରେ ଏବେ ମାଲଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇସାରିଛନ୍ତି । ହେଲେ ଏହାପରେ ବି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ ଜାରି ରହିଛି । ଏବେ ଟ୍ରାଭେଲ ବୁକିଂ ସଂସ୍ଥା ଇଜ୍ ମାଇଁ ଟ୍ରିପ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ଏବେ ଏହି ବୁକିଂ ସଂସ୍ଥା ନିଜ ଆପ୍ରେ ମାଲଦ୍ୱୀପ ଯାଉଥିବା ବିମାନ ବୁକିଂକୁ ବାତିଲ କରିଛି ସୋସିଆଲ ମିଡିଆରେ ଏହି ପ୍ରସଙ୍ଗକୁ ନେଇ ପ୍ରକାଶ ପାଉଛି ଭିନ୍ନ ମତ । ଯେଉଁଥିରେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ, ଏବେ ମାଲଦ୍ୱୀପ ବେଜିଂ ମୁହାଁ ହୋଇଛି । ତେଣୁ ଭାରତ ବିରୋଧୀ ମନ୍ତବ୍ୟ ଦେଉଛି । ଆପତ୍ତିଜନକ ମନ୍ତବ୍ୟ ଦେବା ସହିତ ଭାରତର ଲାକ୍ଷାଦ୍ୱୀପର ପର୍ଯ୍ୟଟନ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ମାଳଦ୍ୱୀପର ତିନି ମନ୍ତ୍ରୀ । ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ବଲିଉଡ୍ ତାରକା ଅକ୍ଷୟ କୁମାର, ସଲମାନ ଖାନ୍, କଙ୍ଗନା ରଣାୱତ ଓ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ଆଦି ସମାଲୋଚନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.4 ° C
    31.4 °
    31.4 °
    49 %
    0.3kmh
    100 %
    Sun
    34 °
    Mon
    42 °
    Tue
    43 °
    Wed
    42 °
    Thu
    39 °

    ସମ୍ବନ୍ଧିତ