Sunday, December 21, 2025
17.9 C
Odisha

    ଆସନ୍ତାକାଲି ଠାରୁ ହେବାକୁ ଥିବା ବ୍ରହ୍ମପୁର ସିଟି ବସ ଧର୍ମଘଟ ସ୍ଥଗିତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ସିଟି ବସ ଧର୍ମଘଟ ସ୍ଥଗିତ । ଆସନ୍ତାକାଲି ଠାରୁ ହେବାକୁ ଥିବା ବ୍ରହ୍ମପୁର ସିଟି ବସ ଧର୍ମଘଟ ସ୍ଥଗିତ ।  କ୍ଷତିରେ ଚାଲୁଥିବା ସିଟି ବସକୁ ସରକାରଙ୍କ ଠାରୁ ଚଢ଼ା ଦରରେ ନେଇ ଚଳାଉଥିବା ବେଳେ ସରକାରଙ୍କ ପକ୍ଷରୁ ପୁଣି ବ୍ରହ୍ମପୁର ସହର ଓ ଆଖ ପାଖ ଗ୍ରାମକୁ ମୋ ବସ ଚଳାଚଳ ଆରମ୍ଭ କରିଥିଲା ।  ତାକୁ ନେଇ ଲିଜ ଧାରୀଙ୍କ ପକ୍ଷରୁ ଅସନ୍ତୋଷ ଆରମ୍ଭ ହୋଇଥିବା ବେଳେ କାଲି ମୋ ବସ ଗୋପାଳପୁର ନିକଟ କରାପଲ୍ଲୀ ପର୍ଯ୍ୟନ୍ତ ଯାତାୟାତ କରିବାରୁ ତାର ପ୍ରତିବାଦରେ ଆସନ୍ତାକାଲି ସିଟି ବସ ଚଳାଚଳ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ  l ଏଣୁ ଆଜି ଉଭୟ ପକ୍ଷଙ୍କୁ ନେଇ ଟ୍ରାଫିକ ଥାନା ଅଧିକାରୀଙ୍କ ନିକଟରେ ବୈଠକ ବସି ସାତ ଦିନ ପାଇଁ ଧର୍ମଘଟକୁ ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଗଲା ବୋଲି କୁହାଯାଇଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    45 %
    1.5kmh
    74 %
    Sun
    17 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ