Tuesday, September 29, 2026
23.6 C
Odisha

    ହାଇକୋର୍ଟ ବାତିଲ କଲେ ୫ଲକ୍ଷ ଓବିସି ସାର୍ଟିଫିକେଟ; କେଉଁମାନଙ୍କୁ ପଡ଼ିବ ନାହିଁ ପ୍ରଭାବ ଜାଣନ୍ତୁ

    ଆଗକୁ ପଢନ୍ତୁ

    କୋଲକାତା:କୋଲକାତା ହାଇକୋର୍ଟ ବୁଧବାର ୨୦୧୦ ପରେ ପଶ୍ଚିମବଙ୍ଗରେ ଜାରି କରାଯାଇଥିବା ସମସ୍ତ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରି ଦେଇଛନ୍ତି।  କୋଲକାତା ହାଇକୋର୍ଟର ବିଚାରପତି ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଖଣ୍ଡପୀଠ ଏକ ଆବେଦନ ଶୁଣାଣି କରିବା ବୁଧବାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। କୋର୍ଟରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟାକୁ ନେଇ ୨୦୧୨ରେ ଏକ ଆବେଦନରେ ପ୍ରଶ୍ନ କରାଯାଇଥିଲା।  ଏହି ଆବେଦନର ଆଜି ଶୁଣାଣି କରି କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୧୯୯୩ ଅଧିନିୟମ ଅନୁଯାୟୀ ପଶ୍ଚିମବଙ୍ଗ ପଛୁଆ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯିବା ଉଚିତ। ତେଣୁ ୨୦୧୦ ପରେ ଯେତେ ବି ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯାଇଛି ତାହାକୁ ଠିକ ଭାବେ କରାଯାଇନାହିଁ।   ତାହାକୁ ଆଉ ଗ୍ରହଣ କରାଯିବ ନାହିଁ। ତେଣୁ ଉକ୍ତ  ପ୍ରମାଣପତ୍ରକୁ ବାତିଲ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

    ଏଥିସହିତ କୋର୍ଟ ସ୍ପଷ୍ଟ କରି କହିଛନ୍ତି କି, ଯେଉଁମାନେ ଓବିସି ସାର୍ଟିଫିକେଟ ଦ୍ବାରା ଚାକିରି ପାଇଛନ୍ତି ବା ପାଇବାକୁ ଯାଉଛନ୍ତି ସେମାନଙ୍କ ଉପ‌ରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବାକି ଯେଉଁମାନେ ରହିଲେ ସେମାନଙ୍କ ଓବିସି ସାର୍ଟିଫିକେଟକୁ ଚାକିରି ଆବେଦନ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ଓବିସିର ନୂଆ ସୂଚୀ ପଶ୍ଚିମବଙ୍ଗର ପଛୁଆ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯିବ।

    କୋଲକାତା ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହଁ ଖୋଲି କହିଛନ୍ତି, ‘କୋର୍ଟଙ୍କ ଏହି ଆଦେଶକୁ ମୁଁ ଗ୍ରହଣ କରିପାରି ନାହିଁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ