Saturday, April 20, 2024
42.9 C
Odisha

    ଦୁର୍ଘଟଣା ଘଟାଇ ଖସି ଯାଉଥିଲା କାର୍‌; କାବୁକଲା ପୁଲିସ

    ଆଗକୁ ପଢନ୍ତୁ

    ବସ୍ତା:  ବସ୍ତା ଥାନା ୬୦ ନମ୍ୱର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ଏକ କାର୍ ଖସିଯିବାକୁ ଉଦ୍ୟମ କରୁଥିବା ସମୟରେ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଓ ରୂପସା ପୁଲିସ ମିଳିତ ଚଢ଼ଉ କରି ଉକ୍ତ କାର୍‌ଟିକୁ ଫୁଲାଡ଼ି ଛକ ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ରବିବାର ସକାଳେ ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବାଇକ୍‌କୁ ଜାଇଲୋ କାର୍ ପଛରୁ ଧକ୍କା ଦେଇ ଖସି ପଳାଇ ଥିଲା । ଫଳରେ ବାଇକ୍ ଆରୋହୀ ଭଦ୍ରକ ଜଲ୍ଲା ବାହାଦଲପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଜାତୀୟ ରାଜପଥ ପାଟ୍ରୋ-ଲିଂ ପୁଲିସ ଉଦ୍ଧାର କରି ଆମ୍ୱୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ । ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ କାରକୁ ଥାନାକୁ ଆଣି ବସ୍ତା ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    12 %
    3.3kmh
    0 %
    Sat
    43 °
    Sun
    42 °
    Mon
    42 °
    Tue
    41 °
    Wed
    43 °

    ସମ୍ବନ୍ଧିତ