Friday, May 3, 2024
32.5 C
Odisha

    ଇସ୍ରୋ ଯିବେ ଜଳେଶ୍ୱରର କୁନି ବୈଜ୍ଞାନିକ ଅର୍ପିତା

    ଆଗକୁ ପଢନ୍ତୁ

    ବାଲେଶ୍ଵର:  ନିକଟରେ ବିଜ୍ଞାନ ସମ୍ବନ୍ଧୀୟ କେତେକ ତଥ୍ୟ ଓ ପକଳ୍ପ ଲାଗି ରାଜ୍ୟରୁ ୨୦ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଟାଟାଷ୍ଟିଲ ପକ୍ଷରୁ ଆୟୋଜିତ ‘ଇୟଙ୍ଗ ଆଷ୍ଟ୍ରନମର ଟେଲେଣ୍ଟ ସର୍ଚ ପ୍ରଗ୍ରାମ’ର ପରୀକ୍ଷାଫଳ ପ୍ରକାଶ ପାଇଛି । ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ରାଜ୍ୟର ୬୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ଜଣଙ୍କୁ ଇସ୍ରୋ ଯିବାଲାଗି ମନୋନୀତ କରାଯାଇଛି । ଏଥିରେ ଜଳେଶ୍ୱର ବ୍ଲକର କୁଅଁରପୁରସ୍ଥିତ ଜଗଦୀଶଚନ୍ଦ୍ର ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଅର୍ପିତା ଘଡେଇ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ବାପା ବିଶେଶ୍ୱର ଘଡ଼େଇ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିବାବେଳେ ମା ମିଶନ ଶକ୍ତିରେ କାର୍ଯ୍ୟକରି ଆସୁଛନ୍ତି । ବିଜ୍ଞାନଶିକ୍ଷକ ଗୋପାଳକୃଷ୍ଣ ଘୋଷ ଅର୍ପିତାର ମେଧା ସମ୍ପର୍କରେ ଆଜି ବର୍ଣ୍ଣନା କରିଥିଲେ । ଆଜି ବିଦ୍ୟାଳୟରେ ଓଷ୍ଟାବ୍ଲକ୍ ସଂଘ ପକ୍ଷରୁ ସମ୍ପାଦକ ଡ. ଅଜିତ୍ ମହାନ୍ତି, ଉପସଭାପତି କେଶବ ଚନ୍ଦ୍ର ପରିଡ଼ା ଅର୍ପିତା ଓ ତାଙ୍କ ବାପାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଶିକ୍ଷକ ସମରେନ୍ଦ୍ର ସାହାଣୀ, ଗୋପାଳକୃଷ୍ଣ ଘୋଷ, ଅତୁଲ ସାସମଲ, କାର୍ତ୍ତିକଚନ୍ଦ୍ର ପାତ୍ର, କାଳିପ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ରାଜ୍ୟ ଓଷ୍ଟା ପକ୍ଷରୁ ମୁଣୁତୁଣିଆ ସ୍କୁଲ ପରିସରରେ, ଗାଁ ବିଦ୍ୟାଳୟ ପରିଚଳନା କମିଟି, ଗ୍ରାମ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ଜଳେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    9 %
    1.5kmh
    0 %
    Fri
    35 °
    Sat
    42 °
    Sun
    44 °
    Mon
    44 °
    Tue
    40 °

    ସମ୍ବନ୍ଧିତ