Friday, August 21, 2026
28.9 C
Odisha

    ଦୁର୍ଘଟଣା ଘଟାଇ ଖସି ଯାଉଥିଲା କାର୍‌; କାବୁକଲା ପୁଲିସ

    ଆଗକୁ ପଢନ୍ତୁ

    ବସ୍ତା:  ବସ୍ତା ଥାନା ୬୦ ନମ୍ୱର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ଏକ କାର୍ ଖସିଯିବାକୁ ଉଦ୍ୟମ କରୁଥିବା ସମୟରେ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଓ ରୂପସା ପୁଲିସ ମିଳିତ ଚଢ଼ଉ କରି ଉକ୍ତ କାର୍‌ଟିକୁ ଫୁଲାଡ଼ି ଛକ ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ରବିବାର ସକାଳେ ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବାଇକ୍‌କୁ ଜାଇଲୋ କାର୍ ପଛରୁ ଧକ୍କା ଦେଇ ଖସି ପଳାଇ ଥିଲା । ଫଳରେ ବାଇକ୍ ଆରୋହୀ ଭଦ୍ରକ ଜଲ୍ଲା ବାହାଦଲପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଜାତୀୟ ରାଜପଥ ପାଟ୍ରୋ-ଲିଂ ପୁଲିସ ଉଦ୍ଧାର କରି ଆମ୍ୱୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ । ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ କାରକୁ ଥାନାକୁ ଆଣି ବସ୍ତା ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.9 ° C
    28.9 °
    28.9 °
    80 %
    2.7kmh
    99 %
    Fri
    29 °
    Sat
    27 °
    Sun
    28 °
    Mon
    27 °
    Tue
    28 °

    ସମ୍ବନ୍ଧିତ