Wednesday, October 7, 2026
22.5 C
Odisha

    ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ତଥା କାଜଲ୍‌ଙ୍କ ମାଆ ତନୁଜା

    ଆଗକୁ ପଢନ୍ତୁ

    ମୁମ୍ବାଇ: ରବିବାର ସନ୍ଧ୍ୟା ବେଳେ ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ ତଥା ଅଭିନେତ୍ରୀ କାଜଲ୍‌ଙ୍କ ମାଆ ତନୁଜା ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ନିଉଜ୍‌ ଏଜେନ୍‌ସି ‘ପିଟିଆଇ’ ରିପୋର୍ଟ କରିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୮୦ ବର୍ଷୀୟ ଅଭିନେତ୍ରୀ ତନୁଜାଙ୍କୁ ଜୁହୁ ହସ୍ପିଟାଲ୍‌ର ‘ଆଇସିୟୁ’ରେ ରଖାଯାଇଛି। ବିଶେଷସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ପିଟିଆଇ’ ରିପୋର୍ଟ କରିଛି ଯେ, ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସେ ସୁସ୍ଥ ହେଉଛନ୍ତି। ଚିନ୍ତାର କୌଣସି କାରଣ ନାହିଁ।

    ଲୋକପ୍ରିୟ ଅଭିନେତ୍ରୀ ତନୁଜା ଅନେକ ହିନ୍ଦୀ ଓ ବଙ୍ଗଳା ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବିଗତ ଦିନର ତାରକା ଶୋଭନା ସମର୍ଥ ଓ ପ୍ର‌େଯୋଜକ କୁମାରସେନ ସମର୍ଥଙ୍କ କନ୍ୟା। ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ‘ବାହାରେଁ ଫିର୍‌ ଭି ଆୟେଗି’, ‘ଜୁଏଲ୍‌ ଥିଫ୍‌’, ‘ହାତୀ ମେରା ସାଥୀ’ ଓ ‘ମେରା ଜୀବନ ସାଥୀ’ ଆଦି ବିଶେଷ ଲୋକପ୍ରିୟ ହୋଇଥିଲା। ବଡ଼ ଭଉଣୀ ନୂତନଙ୍କ ସହିତ ସେ ୧୯୫୦ ମସିହାରେ ‘ହମାରି ବେଟି’ ଚଳଚ୍ଚିତ୍ରରେ ଅଭିନୟ କରି ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହାର ୧୦ ବର୍ଷ ପରେ ୧୯୬୦ରେ ସେ ‘ଛବିଲି’ ନାମକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାର ନିର୍ଦେଶନା ଦେଇଥିଲେ ତାଙ୍କର ମାଆ ଓ ମୁଖ୍ୟ ଭୂମିକାରେ ଥିଲେ ଭଉଣୀ ନୂତନ। ତା’ପରେ ୧୯୬୧ରେ ପ୍ରସିଦ୍ଧ ନିର୍ଦେଶକ କିଦାର ଶର୍ମା ‘ହମାରି ୟାଦ୍‌ ଆୟେଗି’ ଚଳଚ୍ଚିତ୍ରରେ ତନୁଜାଙ୍କୁ ନାୟିକା ଭାବେ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ