Sunday, March 29, 2026
39.2 C
Odisha

    ଖଣ୍ଡା ଦେଖାଇ ଟଙ୍କା ଓ ସୁନା ଚୋରି ନେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କୁଟ୍ରିଛାପର ପଂଚୟତ ଅନ୍ତର୍ଗତ ମାଣ୍ଡିଆଡୁସି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଖଣ୍ଡା ଦେଖାଇ ଘରେ ଥିବା ସୁନା ଏବଂ ଟଙ୍କା ଚୋରି କରିଥିବାର ଅଭିଯୋଗ ହୋଇଛି।ସୂଚନା ପ୍ରକାରେ ମାଣ୍ଡିଆଡୁସି ଗ୍ରାମର ସୋମନାଥ ଜାନୀ ଓ ପରିବାର ଲୋକ ପ୍ରତିଦିନ ଭଳି ଶୁକ୍ରବାର ରାତିରେ ଖାଇପିଇ ଶୋଇଥିଲେ। ରାତ୍ର ପ୍ରାୟ ଏକ ଘଣ୍ଟା ସମୟରେ ଘରର ପଛ ପଟ ଲାଗିଥିବା ଲୁହା କବାଟ ଖୋଲିବା ପରେ କବାଟ ଭାଙ୍ଗି ପାଞ୍ଚ ଜଣ ଚୋର ଘର ଭିତରେ ପ୍ରବେଶ କରିଥିଲେ।ପରିବାର ଲୋକ ଚୋର ପଶିବା ଜାଣି ପାଟି କରିବା ପାଇଁ ଚେଷ୍ଟା କରିଥିଲେ।

    ତେବେ ଚୋର ମାନେ ସୋମନାଥ ଏବଂ ତାଙ୍କ ସ୍ତ୍ରୀ ଓ ଝିଅର ବେକରେ ଖଣ୍ଡା ରଖି ପାଟି କଲେ ହାଣିଦେବୁ ବୋଲି ଧମକ ଦେଇ ପାଟି ଚୁପ କରିଦେଲେ। ସେହିପରି ୩ଜଣ ଚୋର ଖଣ୍ଡା ଧରି ତିନି ଜଣ ପାଖରେ ରହିଥିବା ବେଳେ ଅନ୍ୟ ଦୁଇ ଜଣ ଚୋର ପ୍ରଥମେ ସମସ୍ତଙ୍କ ମୋବାଇ ଫୋନ ମାଗିଥିଲେ। ପରେ ଆଲମାରୀକୁ ଖଣ୍ଡରେ ବାଡେଇ ବାଡେଇ ଭାଙ୍ଗିବା ସହ ଆଲମାରୀ ଭିତରେ ଥିବା ଦୁଇ ଲକ୍ଷ ଟଙ୍କା ଦୋକାନର ବିକ୍ରି ହୋଇଥିବା ଟଙ୍କା ସହ ସୁନା ଚୋରି କରି ନେଇ ଯାଇଥିଲେ।ଏପରିକି ସ୍ତ୍ରୀ ଓ ପୁଅ ପିନ୍ଧି ଥିବା ସୁନା ମଧ୍ୟ ନେଇ ଯାଇଥିଲେ।ଯିବା ସମୟରେ ଆଗ ଓ ପଛ ପଟୁ କବାଟ ବନ୍ଦ କରି ଫେରାର ହୋଯାଇଥିଲେ।ଶେଷରେ ଦୋକାନ କବାଟ ଭାଙ୍ଗି ସମନାଥ ବାହାରକୁ ବାହାରି ପୋଡ଼ଶୀମାନଙ୍କୁ ଉଠାଇ ଘଟଣା ସମ୍ପର୍କରେ କହିଥିଲେ। ଶେଷରେ ଆଜି ସୋମନାଥ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ପୋଲିସ ଉମରକୋଟ ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ସେହିପରି ସାଇଣ୍ଟିଫିକ ଟିମ ସହ ଅନୁସନ୍ଧାନି କୁକୁରର ଆଶ୍ରୟ ନେଇ ଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ