Saturday, October 3, 2026
23.6 C
Odisha

    ‘ଆନିମଲ’ରେ ଭାଇର ଏହି ଦୃଶ୍ୟକୁ ଦେଖି ସିନେମାକୁ ଅଧାରୁ ଛାଡ଼ି ଚାଲି ଯାଇଥିଲେ ସନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁର ଓ ବବି ଦେଓଲଙ୍କ ଫିଲ୍ମ ‘ଆନିମଲ’ ମୁକ୍ତିଲାଭ କରିବାର ମାସେ ବିତି ସାରିଲାଣି।ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ରିଲିଜ ହେବାର ପ୍ରଥମ ଦିନରେ ହିଁ ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିଥିଲା। ଏହି ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମୀକା ମନ୍ଦନା, ଅନିଲ କପୁର, ବବି ଦେଓଲ ଏବଂ ଟ୍ରୁପ୍ଟି ଡିମ୍ରି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

    ତେବେ ଅଭିନେତା ବବି ଦେଓଲ ‘ଆନିମଲ’ ସିନେମାରେ ସ୍ବଳ୍ପ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଏହି ସ୍ବଳ୍ପ ଭୂମିକାରେ ବବି ଦମଦାର ଅଭିନୟ କରି ଦର୍ଶକଙ୍କୁ ଖୁସି କରାଇ ଦେଇଛନ୍ତି।

    ‘ଆନିମଲ’ ସିନେମାକୁ ନେଇ ସନି ଦେଓଲ କହିଛନ୍ତି, ‘ସିନେମାର କ୍ଲାଇମ୍ୟାକ୍ସ ସମୟରେ ମୁଁ ସିଟରୁ ଉଠି ବାହାରକୁ ଚାଲି ଯାଇଥିଲି। କାରଣ ବବିକୁ ସିନେମାରେ ହେଉ ପଛେ ମରୁ ଥିବା ଦେଖି ପାରି ନଥିଲି। ଏହି ସିନକୁ ନେଇ ଆଲୋଚନା ବି କରିବାକୁ ଚାହୁଁ ନାହିଁ।ସିନେମା କ୍ଲାଇମ୍ୟାକ୍ସକୁ ନେଇ ବବି ଦେୱାଲ ବି ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ଏହି ଭାବବିହ୍ବଳ ଦୃଶ୍ୟକୁ ସୁଟ କରୁଥିବା ବେଳେ ବଡ଼ ଭାଇ ସନି ଦେଓଲକୁ ମନେ ପକାଉଥିଲି। କାହିଁକି ନା ଚରିତ୍ର ଜୀବନ୍ତ ଭଳି ଲାଗିବ।’

    ସିନେମା ଇଣ୍ଡଷ୍ଟ୍ରିରେ ଭାଇଭାଇ ଯୋଡ଼ି କହିଲେ ବବି ଓ ସନିଙ୍କ ପ୍ରଥମେ ସାମ୍ନାକୁ ଆସିଥାଏ। ଦୁହିଁଙ୍କ ଯୋଡ଼ିକୁ ଲୋକେ ଖୁବ ପସନ୍ଦ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ