Wednesday, October 30, 2024
28.9 C
Odisha

    ଗୋଟିଏ ସପ୍ତାହ କ୍ଷୀରରେ ଭିଜାଯାଇଥିବା କାଜୁ ଖାଆନ୍ତୁ, ସ୍ୱାସ୍ଥ୍ୟ ପାଇଁ ହେବ ବେଶ ଉପକାରିତା

    ଆଗକୁ ପଢନ୍ତୁ

    ସୁସ୍ଥ ରହିବା ପାଇଁ ନିଜ ପ୍ରତିଦିନ ଲାଇଫ୍‌ ଷ୍ଟାଇଲ୍‌କୁ ପରିବର୍ତ୍ତନ କରିବା ଉଚିତ । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଡାଏଟ୍‌ ଏବଂ ଏକ୍ସରସାଇଜ୍‌ କରୁଛନ୍ତି । ତେବେ ଡ୍ରାଏ ଫ୍ରୁଟ୍ସ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । କାଜୁ, ବାଦାମ ଏବଂ କିସମିସ୍ କେବଳ ସ୍ୱାଦ ଯୋଗାଏ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ଦେଇଥାଏ । ଭିଜାଇଥିବା ବାଦାମ ଏବଂ କିସମିସ୍ ଖାଇବାର ଉପକାରିତା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଭିଜାଇଥିବା କାଜୁ ମଧ୍ୟ ସ୍ୱାସ୍ଥ୍ୟା ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ କାଜୁକୁ ପାଣିରେ ନୁହେଁ କ୍ଷୀରରେ ଭିଜାଇ ଖାଇବା ଉଚିତ୍ ।

    ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର, କାଜୁ ବାଦାମ କେବଳ ଶରୀରକୁ ଶକ୍ତି ଦେଇନଥାଏ ବରଂ ଅନେକ ରୋଗରେ ମଧ୍ୟ ଲାଭଦାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଯଦି ଏକ ସପ୍ତାହ ପାଇଁ ରାତିସାରା କ୍ଷୀରରେ କାଜୁ ଭିଜାଇ ସକାଳେ ଖାଆନ୍ତି ତେବେ ଆପଣ କ’ଣ ଲାଭ ପାଇପାରିବେ ।

    କାଜୁକୁ କ୍ୟାଲସିୟମର ଖଣି କୁହାଯାଏ । ଏଥିରେ ଆଇରନ୍‌, ଜିଙ୍କ ଏବଂ ଅନେକ ଭିଟାମିନ୍ ମିଳିଥାଏ । କାଜୁ ହାର୍ଟ ପାଇଁ ମଧ୍ୟ ଭଲ ହୋଇଥାଏ, ସେଥିରେ ଏକ ଭଲ ଫ୍ୟାଟି ଏସିଡ୍ ମିଳିଥାଏ । ଏହା ହାର୍ଟ ସମ୍ବନ୍ଧୀୟ ରୋଗର ବିପଦରୁ ରକ୍ଷା କରିଥାଏ । ଯଦି ଆପଣ କାଜୁ ବାଦାମକୁ ରାତିସାରା କ୍ଷୀରରେ ଭିଜାଇ ଦିଅନ୍ତି ଏବଂ ସକାଳେ ଏହାକୁ ଖାଆନ୍ତି । ତେବେ ଏହା ଆପଣଙ୍କ ହାଡ ମଧ୍ୟ ମଜବୁତ କରିଥାଏ ।

    ଉଭୟ କ୍ଷୀର ଏବଂ କାଜୁ ବାଦାମ କ୍ୟାଲସିୟମର ଉତ୍ତମ ଉତ୍ସ । ଏହା ସହିତ ଭିଟାମିନ୍ B6 ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ କାଜୁରେ ମିଳିଥାଏ । ତେଣୁ କ୍ଷୀରରେ ଭିଜାଯାଇଥିବା କାଜୁ ହାଡକୁ ମଜବୁତ କରିବା ପାଇଁ କାମ କରେ ।

    ଯଦି ଆପଣ ପତଳା ଏବଂ ଓଜନ ବଢାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଆପଣ କ୍ଷୀରରେ ଭିଜାଯାଇଥିବା କାଜୁ ବାଦାମ ଖାଇବା ଉଚିତ୍ । କ୍ଷୀରରେ ରାତିସାରା ଭିଜାଯାଇଥିବା କାଜୁ ବାଦାମ ଖାଇବା ଦ୍ୱାରା ଆପଣ ଅନେକ ପ୍ରୋଟିନ୍ ଏବଂ କ୍ୟାଲୋରୀ ପାଇବେ । ଏହା ଆପଣଙ୍କ ଓଜନ ବଢାଇବ ଏବଂ ଆପଣ ଏନର୍ଜି ପାଇବେ । କ୍ଷୀରରେ ଭିଜାଇଥିବା କାଜୁ ଖାଇବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏହା ସହିତ ଆପଣ ମୌସୁମୀ ଏବଂ ଜୀବାଣୁ ଜନିତ ରୋଗରୁ ରକ୍ଷା ପାଇପାରିବେ ।

    ଏହା ବ୍ୟତୀତ, କାଜୁରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ଶରୀରକୁ ଫ୍ରି ରେଡିକାଲରୁ ରକ୍ଷା କରିବ । ଏହି ଫ୍ରି ରେଡିକାଲ୍ ଉଭୟ ଶରୀର ଏବଂ ସ୍କିନ୍‌ ପାଇଁ କ୍ଷତିକାରକ ହୋଇଥାଏ । ଏହା ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ସମସ୍ତ ପେଟ ସମସ୍ୟାକୁ ଦୂର କରିବ ଏବଂ ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥିାଏ । ସେଥିପାଇଁ ଆପଣ ଗୋଟିଏ ସପ୍ତାହ କ୍ଷୀରରେ କାଜୁ ଭିଜାଇ ଖାଆନ୍ତୁ ମିଳିବ ଅନେକ ଲାଭ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    70 %
    1.2kmh
    39 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ