Wednesday, September 23, 2026
24.9 C
Odisha

    ହୋଲି ଖେଳରେ ଅବଲମ୍ବନ କରନ୍ତୁ ସତର୍କତା, ନଚେତ୍ ଭୋଗିପାରନ୍ତି ଅସୁବିଧା

    ଆଗକୁ ପଢନ୍ତୁ

    ହୋଲି ପାଳନ ମଧ୍ୟରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ରସାୟନିକ ରଙ୍ଗ ନୁହେଁ ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। ଏଥିସହ କେତେକ ସାବଧାନତା ମଧ୍ୟ ଜରୁରୀ । ହୋଲି ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ କିମ୍ବା ସୋରିଷ ତେଲ ଲଗାଇବା ଆବଶ୍ୟକ। ଶୁଷ୍କ ଶରୀର ରସାୟନିକ ରଙ୍ଗ ଉପରେ ଖରାପ ପ୍ରଭାବ ପକାଉଥିବାରୁ ତୈଳାକ୍ତ ତ୍ୱଚା ଉପରେ ପ୍ରଭାବ ପକାଇବାରେ ବିଳମ୍ବ ଘଟିଥାଏ। ଭଲ ବ୍ରାଣ୍ଡର ସନସ୍କ୍ରିନ ଲୋସନ ଲଗାନ୍ତୁ। ଖରାରେ ହୋଲି ଖେଳା ଯାଇଥିବାକୁ ଏହା ସିଧାସଳଖ ଅଲଟ୍ରା ଭାଓଲେଟ ରଶ୍ମୀର ପ୍ରଭାବକୁ କମ କରିଥାଏ।

    ହୋଲି ଖେଳିବା ସମୟରେ ଚଷମା ନିଶ୍ଚୟ ପିନ୍ଧନ୍ତୁ। ଆଖି ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ। ରଙ୍ଗ ପଡ଼ି ଆଖି ଜଳାପୋଡ଼ା, ଲାଲ୍ ହେବା, ଇନ୍ଫେକ୍ସନରୁ ଏହାକୁ ସୁରକ୍ଷା ଦିଅନ୍ତୁ। ହୋଲି ଖେଳିସାରିବା ପରେ ଆଖିକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଆଖିରେ କୌଣସି ଅସୁବିଧା ହେଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଶରୀରରେ କୌଣସି ଆଘାତ ଲାଗିଥିଲେ, ରଙ୍ଗରୁ ତାକୁ ଯଥାସମ୍ଭବ ସୁରକ୍ଷା ଦିଅନ୍ତୁ। ଘା’କୁ ଘୋଡ଼େଇ ରଖନ୍ତୁ। ହୋଲି ଖେଳି ସାରି ପୋଷାକ ବଦଳାଇଦିଅନ୍ତୁ। ଦୀର୍ଘ ସମୟ ଧରି ଓଦା ପୋଷାକ ପିନ୍ଧନ୍ତୁ ନାହିଁ।

    ଏହି କଥା ଉପରେ ରଖନ୍ତୁ ଖାସ୍‌ ଧ୍ୟାନ

    ପ୍ରାକୃତିକ ରଙ୍ଗ ବା ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ

    ହୋଲି ଖେଳିବା ପୂର୍ବରୁ ଶରୀରରେ ତେଲ ଲଗାନ୍ତୁ

    ଭଲ ବ୍ରାଣ୍ଡର ସନସ୍କ୍ରିନ ଲୋସନ ଲଗାଇ ରଙ୍ଗ ଖେଳନ୍ତୁ

    ଖେଳିବା ସମୟରେ ଚଷମା ନିଶ୍ଚୟ ପିନ୍ଧନ୍ତୁ

    ଶରୀରରେ କୌଣସି ଆଘାତ ଥିଲେ ତାକୁ ସୁରକ୍ଷା ଦିଅନ୍ତୁ

    ଦୀର୍ଘ ସମୟ ଧରି ଓଦା ପୋଷାକ ପିନ୍ଧନ୍ତୁ ନାହିଁ

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.9 ° C
    24.9 °
    24.9 °
    94 %
    4.5kmh
    100 %
    Wed
    25 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ