Tuesday, March 3, 2026
30.7 C
Odisha

    କାହା ଚାପରେ ଆଦିବାସୀ କଲ୍ୟାଣ ବିଭାଗ ୫୨୮କୋଟି ଟଙ୍କା ଗୋଟିଏ ଏନଜିଓକୁ ମଞ୍ଜୁର କରିଛନ୍ତି: ଗୋଲକ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୯/୦୪: ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡି ମା’ମାନଙ୍କୁ ଢାଲ କରି ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାରହେବା ଲାଗି ବିଜୁ ଜନତା ଦଳ ହୀନ ଚକ୍ରାନ୍ତ କରୁଛି । ମା’ମାନଙ୍କୁ ସମ୍ମାନ ଦେବା ପରିବର୍ତେ ତାଙ୍କୁ ନିର୍ବାଚନ ପ୍ରଚାରରେ ବିନିଯୋଗ କରି ଭୋଟରଙ୍କୁ ଟଙ୍କା ବାଂଟିବା କାର୍ଯ୍ୟରେ ବ୍ୟବହାର କରୁଛି ବିଜେଡି । ଆଜି ବି ରାଜ୍ୟରେ ମହିଳାମାନେ ଅସୁୁରକ୍ଷିତ । ଏପରିକି ରାଜ୍ୟରେ ଅଧିକାଂଶ ମହିଳା ଦୁଷ୍କର୍ମ, ନାରୀ ନିଯ୍ୟାତନା, ଶିଶୁ ଅପହରଣ ପ୍ରଭୃତି ଘଟଣାରେ ଖୋଦ୍ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ସଂପୃକ୍ତ ଥିବାର ପ୍ରମାଣ ପରେ ବି ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନନେଇ ନୀରବ ରହିଛନ୍ତି ଓ ପରବର୍ତୀ କାଳରେ ଟିକେଟ୍ ମଧ୍ୟ ପ୍ରଦାନ କରୁଛନ୍ତି । ନିର୍ବାଚନ ଜିତିବା ଲାଗି ପ୍ରଶାସନିକ ଅଧିକାରୀ ଓ ମିଶନଶକ୍ତିର ସିଆର୍‌ପି, ଏମ୍‌ବିକେମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇ  ଆଦର୍ଶ ଆଚରଣ ବିଧିର ଖୋଲା ଖୋଲି ଉଲଘଂନ କରୁଛି ବିଜେଡି । ପୂର୍ବରୁ ଆଚରଣ ବିଧି ଉଲଘଂନ ସମ୍ପର୍କରେ ତଥ୍ୟ ପ୍ରମାଣ ସହ ବାରମ୍ବାର ଭାରତୀୟ ଜନତା ପାର୍ଟି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ସିଇଓ । ଆଶାକର୍ମୀ ଓ ଆଶାକର୍ମୀ ମହାସଂଘର ସମ୍ପାଦକ ବବିତା ରାଉତ, କେତେକ ଅଙ୍ଗନୱାଡି କର୍ମୀମାନେ ଗଞ୍ଜାମ ଜିଲ୍ଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଯାହାର ଫଟୋ ଓ ଭିଡିଓ ଆଜି ତଥ୍ୟ ପ୍ରମାଣ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଦେଇଛୁ । ସେହିପରି ଚାନ୍ଦବାଲିର ଜଣେ ବିଏଲଏଫର ସଭାପତି ସିଧାସଳଖ ଭାବେ ଶଙ୍ଖ ଚିହ୍ନ ଧରି ପ୍ରଚାର କରୁଥିବାର ଫଟୋ ନେଇ ଆଜି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
    ବିଏଲଏଫର ସଭାପତି ଶ୍ରୀମତୀ ଶାନ୍ତିଲତା ସେଠୀଙ୍କୁ ମଧ୍ୟ ବିଜୁ ମହିଳା ଜନତା ଦଳ ଚାନ୍ଦବାଲି ବ୍ଲକର ସଭାପତି ରୂପେ ମନୋନିତ କରିଛି, ଯାହାକି ବିଏଲଏଫ ଗାଇଡ ଲାଇନର ବିରୁଦ୍ଧାଚରଣ କରୁଛି । ପୂର୍ବରୁ ଏସ୍‌ଏଚଜି ମହିଳା ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ବିଜେପି ସିଇଓଙ୍କୁ ଅବଗତ କରିଥିଲା । ସବୁଠୁ ବଡ କଥା ହେଉଛି ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ବିଜେଡି ଆଦିବାସୀ ବିକାଶ ବିଭାଗକୁ ୫୨୮କୋଟି ଟଙ୍କା ଗୋଟିଏ ଏନଜିଓକୁ ମଞ୍ଜୁର କରିଛନ୍ତି, ଯାହା ଆଇନ ବିରୋଧ । ଏହି ଏନଜିଓକୁ ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ କିଭଳିଭାବେ ଏତେ ଗୁଡିଏ ଟଙ୍କା ମଞ୍ଜୁର କରାଗଲା ତାହା ଆଶ୍ଚର୍ଯ୍ୟର ବିଷୟ । ଏହି ଟଙ୍କାକୁ ନେଇ ଏନଜିଓ ସଂସ୍ଥା ପରବର୍ତୀ ସମୟରେ ଶାସକ ବିଜୁ ଜନତା ଦଳ ପାଇଁ  ନିର୍ବାଚନ ଜିତିବାରେ ସାହାର୍ଯ୍ୟ କରିବ । ତେଣୁ ଏହି ଏନଜିଓ ସଂସ୍ଥାକୁ ମଞ୍ଜୁର ହୋଇଥିବା ଟଙ୍କା ଉପରେ ରୋକ ଲଗାଇ ମଞ୍ଜୁର କରିଥିବା ଅଫିସରଙ୍କ ବିରୋଧରେ ୧୨୩ ଜନପ୍ରତିନିଧି ଧାରା ୧୯୫୧ଅନୁଯାୟୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଯଂନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ  ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
    ଆଶା, ଅଙ୍ଗନୱାଡି କର୍ମୀମାନଙ୍କୁ ବିଜେଡି ପ୍ରଚାର କାର୍ଯ୍ୟ ପାଇଁ ବାଧ୍ୟ କରାଯାଉଛି ଯାହା ଆଚରଣ ବିଧି ଉଲଘଂନ ଅଟେ ।  ଯିଏ ନିର୍ବାଚନ ଆଚରଣ ବିଧି ଉଲଘଂନ କରିବ ତାହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ ସିଇଓ ପ୍ରତିଶ୍ରୁତି ଦେଇଥିଲେ । ଅର୍ଥ ବିଭାଗ କିଭଳି ଟିଡିସିସିର ଏତେ ବଡ ପ୍ରୋଜେକ୍ଟକୁ ଏନଜିଓକୁ ଦେଲା ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଅର୍ଥ ସଚିବ ଟିଡିସିସିକୁ କିଭଳି ଭାବରେ ସହମତି ଦେଇଛନ୍ତି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଏହା ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତେବେ ବିଜେପି ଧାରଣା ଦେବା ସହ ସିଇଓ ଅଫିସ ଘେରାଉ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ବୁଦ୍ଧାନ ମୁର୍ମୁ, ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    13 %
    2.1kmh
    2 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ