Sunday, September 20, 2026
24.6 C
Odisha

    ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରୀଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ନିର୍ବାଚନୀ କାର୍ଯ୍ୟରୁ ବିରତ ରଖାଯାଉ : ଗୋଲକ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୯/୦୫: ଓଡ଼ିଶାରେ ବିଜୁ ଜନତା ଦଳ ନିର୍ବାଚନ ହାରିବା ଭୟରେ “ଔଷଧ ବିକଳରେ ତାଟିଆ କାମୁଡୁଛି” । ବିଜେଡି ୨୫ବର୍ଷ ଧରି ଯଦି କାମ କରିଛି ତାହାଲେ ଲୋକେ ତାଙ୍କୁ ଭୋଟ ଦେବେ, ତେବେ ଲୋକଙ୍କୁ ଭରି ସଭାରେ ଧମକାଉଛନ୍ତି କାହିଁକି? ବିଜେଡି ନିଜର “ଏକ୍ସପାରି ଡେଟ”୍ ଜାଣି ସାରିବାପରେ ବିଚଳିତ ହେବା ଆରମ୍ଭ କରିଛି । ବିଜେଡିର ନେତା, ମନ୍ତ୍ରୀ, ବିଧାୟକମାନେ ନିର୍ବାଚନ ବୈତରଣୀପାର ହେବା ପାଇଁ ଜନତାଙ୍କୁ ଧମକାଉଛନ୍ତି । ସରକାରୀ ସୁବିଧା କାଟି ଦେବାର ଧମକ ଦେଉଛନ୍ତି । ବିଜେଡିର ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରୀଆ ଗୋଟିଏ ସଭାରେ ଲୋକଙ୍କୁ ଧମକ ଦେଉଛନ୍ତି ତୁମେ ଯାହାକୁ ଭୋଟ ଦେବ ଆମେ ଜାଣିପାରିବୁ । ଯଦି ତୁମେମାନେ ବିଜେଡିକୁ ଭୋଟ ଦେବ ନାହିଁ ତାହାଲେ ତମକୁ ଯେଉଁ ସରକାରୀ ସୁବିଧା ମିଳୁଛି ସେଥିରୁ ବଂଚିତ କରାଯିବ । ଏହି କଥାକୁ ଭରି ସଭାରେ କହିଛନ୍ତି, ଯାହାର ଅଡିଓ ସିଇଓଙ୍କୁ ହସ୍ତାନ୍ତର କରିଛୁ । ଆରପିଆକ୍ଟ ୧୨୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଇ ତୁରନ୍ତ ତାଙ୍କୁ ନିର୍ବାଚନ କାର୍ଯ୍ୟରୁ ବିରତ ରଖାଯାଉ । ଯଦି ନିର୍ବାଚନ କମିଶନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ବିଜେପି ପକ୍ଷରୁ ସିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

    ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
    ସେହିପରି ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅଧିନସ୍ତ ଗୁରଣ୍ଡିଆ ସରକାରୀ ପଶୁ ଚିକିତ୍ସାଳୟର ଏଲଆଇ ଶୈଳେଦ ବିରାରାଜୁ, ଗୋଷାଣି ବ୍ଲକର ପଟିକୁଟା ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଆଡପା ଭେଙ୍କାରାଓ, ଗୁମା ବ୍ଲକର ଗୁମା ପଂଚାୟତର କୃଷିସୂଚନା ପରାମର୍ଶ କେନ୍ଦ୍ରର କର୍ମଚାରୀ ପ୍ରଦୀପ ଦଳାଇ ପ୍ରମୁଖ ସରକାରୀ କର୍ମଚାରୀ ହୋଇ ମଧ୍ୟ ଶାସକ ବିଜେଡି ପାଇଁ ସିଧାସଳଖ ନିର୍ବାଚନ ପ୍ରଚାରରେ ଭାଗ ନେଉଛନ୍ତି ଯାହା ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି । ସେହିଭଳି ଗୁମା ବ୍ଲକର ଯୋଗାଣ ସହାୟକ ଦାମୋଦର ନାୟକ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.8kmh
    100 %
    Sat
    25 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ