Sunday, August 17, 2025
29.1 C
Odisha

    କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ ଦାମରେ ଦେବେ କ୍ୱାଲିଟି ମଦ : ଚନ୍ଦ୍ରବାବୁ ନାଇଡୁ

    ଆଗକୁ ପଢନ୍ତୁ

    ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ । କମ୍ ଦାମରେ ଦେବେ କ୍ୱାଲିଟି ମଦ । ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଲେ ତାଙ୍କ ସରକାର ଏପରି ସେବା ଯୋଗାଇବ ବୋଲି କୁପମରେ ନିର୍ବାଚନୀ ରାଲିରେ ଘୋଷଣା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଏହି ଆସନରୁ ଚନ୍ଦ୍ରବାବୁ ପ୍ରାର୍ଥୀ ହୋଇଛନ୍ତି । ଜଗନ ରେଡ୍ଡୀ ସରକାର ବେଳେ ମଦ ଦର ୬୦ ଟଂକାରୁ ୨୦୦ ଟଂକା ହୋଇଛି । ୱାଇଏସଆର କଂଗ୍ରେସ ସରକାର ନିମ୍ନ ମାନର ମଦରେ ଅଧିକ ଦାମ ନେଉଛି ବୋଲି ନାଇଡୁ ଦାବି କରିଛନ୍ତି । ଆନ୍ଧ୍ରପ୍ରଦେଶରେ ମେଣ୍ଟରେ ସାମିଲ ଥିବା ଅନ୍ୟତମ ଦଳ ଜନସେନା ମୁଖ୍ୟ ପବନ କଲ୍ୟାଣ କହିଛନ୍ତି, ନିମ୍ନ ମାନର ମଦ ପିଇଲେ ଲୋକେ ଅସୁସ୍ଥ ହେବା ନିଶ୍ଚିତ । ମଦ କିଣିବା ବେଳେ କାହିଁକି ଡିଜିଟାଲ ପେମେଂଟ ଗ୍ରହଣ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଆନ୍ଧ୍ରରେ ମଦ କାରବାର ବେଳେ ଦୁର୍ନୀତି ହେଉଛି । ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଆନ୍ଧ୍ର ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ କହିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.1 ° C
    29.1 °
    29.1 °
    71 %
    4kmh
    76 %
    Sun
    29 °
    Mon
    28 °
    Tue
    28 °
    Wed
    29 °
    Thu
    29 °

    ସମ୍ବନ୍ଧିତ