Tuesday, September 29, 2026
23.8 C
Odisha

    ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ଆରମ୍ଭ: ଓଁକାରେଶ୍ବର ମନ୍ଦିରରେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପୂଜାର୍ଚ୍ଚନା

    ଆଗକୁ ପଢନ୍ତୁ

    ଡେରାଡୁନ୍‌: ଉତ୍ତରାଖଣ୍ଡରେ ଶୀତକାଳୀନ ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରବିବାର ବାବା କେଦାରଙ୍କ ଶୀତକାଳୀନ ପ୍ରବାସ ସ୍ଥଳ ଉଖିମଠର ଓଁକାରେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏଥିସହିତ ସମସ୍ତ ଦେଶବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିବା ସହ ରାଜ୍ୟର ଉନ୍ନତି ଲାଗି ପ୍ରାର୍ଥନା କରିଛନ୍ତି।  ଓଁକାରେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଧାମୀ ଶୀତକାଳୀନ ଚାରି ଧାମ ଯାତ୍ରା ପାଇଁ ନିଆଯାଇଥିବା ବିଭିନ୍ନ ପଦ‌କ୍ଷେପ ଏବଂ  ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

    ଚାରିଧାମ ଯାତ୍ରାରେ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ଯାତ୍ରା ସୁଗମ ପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଶ୍ରୀ ଧାମୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାମୀ କହିଛନ୍ତି, ଶୀତକାଳୀନ ଚାରିଧାମ ଯାତ୍ରା ଶୁଭାରମ୍ଭ ହେବା ଦ୍ବାରା ଦେବଭୂମିରେ ପର୍ଯ୍ୟଟନ ଆହୁରି ସଶକ୍ତ ହେବ।  ଏହା କେବଳ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବନି ବରଂ ରାଜ୍ୟରେ କମ୍‌ ଜଣାଶୁଣା ପର୍ଯ୍ୟଟନ ସ୍ଥଳ ସଂକ୍ରାନ୍ତରେ ଲୋକ ଜାଣିପାରିବେ। ନିଯୁକ୍ତି ଓ ସ୍ଥାନୀୟ ଲୋକଙ୍କ ଆୟ ବୃଦ୍ଧି ହେବ ବୋଲି ଧାମୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ଆଶା ନୌଟିୟାଲ, ଭରତ ଚୌଧୁରୀ,  ବଦ୍ରୀ କେଶର ମନ୍ଦିର  ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ