Sunday, April 5, 2026
28 C
Odisha

    ଚେନ୍ନାଇ ସୁପର କିଙ୍ଗସ୍‌ର ସହଜ ବିଜୟ

    ଆଗକୁ ପଢନ୍ତୁ

    ଚେନ୍ନାଇ: ଆଇପିଏଲ୍‌ର ୨୨ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍‌କେ)  କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାଜିତ କରିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟଶ ଆୟରଙ୍କ ନେତୃତ୍ବରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।

    କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ୍ କରିଥିଲା। ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୩୮ ରନ୍ ରହିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ସୁନୀଲ ନାରିନେ ୨୭ ରନ୍ କରିଥିବାବେଳେ ଅଙ୍ଗକ୍ରିଶ ରଘୁବଂଶୀ ୨୪, ଶ୍ରେୟଶ ଆୟର ୩୪ ରନ୍, ରମଣଦୀପ୍ ସିଂ ୧୩, ଆଣ୍ଡ୍ରେ ରସେଲ ୧୦ ରନ୍ କରିଥିଲେ। ଚେନ୍ନାଇ ସୁପର କିଙ୍ଗସ୍ ୧୭.୪ ଓଭରରେ ୩ ୱିକେଟ ହରାଇ ୧୪୧ ରନ୍ କରିଥିଲା। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ରଚିନ ରବିନ୍ଦ୍ର ୧୫ ରନ୍ କରିଥିବାବେଳେ ଋତୁରାଜ ଗାଏକ୍ବାଡ ୬୭ ରନ୍, ଡାରଏଲ ମିଚେଲ ୨୫ ରନ୍, ଶିବମ୍ ଦୁବେ ୨୮ ରନ୍ , ଏମଏସ ଧୋନି ୧ ରନ୍ କରିଥିଲେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ