Monday, October 5, 2026
24.7 C
Odisha

    ଆଜିଠୁ ଆରମ୍ଭ ହେଲା ବଲାଙ୍ଗୀରର ବିକାଶର ଧାରା: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ବିଜେଡି କଥା କହିବାରେ ମାହିର, ହେଲେ କାମ କରିବାରେ ଶୂନ। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୪ରୁ ୨୬ ବର୍ଷ ଲାଗିଗଲା। ତଥାପି ସୁକତେଲ ପ୍ରକଳ୍ପରୁ ଲୋକଙ୍କୁ ପାଣି ମିଳୁନି। ୧୯୯୮ରେ ଭିତ୍ତି ପଡ଼ିଥିବା ପ୍ରକଳ୍ପ ୨୦୨୪ ପର୍ଯ୍ୟନ୍ତ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି। ତରବରିଆ ଭାବେ ଏହାର ଉଦ୍‌ଘାଟନ କରାଗଲା, ହେଲେ ଚାଷୀ ପାଣି ପାଇଲେନି। ଘୋଡ଼ାକୁ ଘାସର ଦାୟିତ୍ବ ଦିଆଗଲେ, ଘାସ ସୁରକ୍ଷିତ ରହିବ କି? ଲୋୟର ସୁକତେଲ ନିର୍ମାଣ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା ବୋଲି କହି ବଲାଙ୍ଗୀରର ବେଲପଡ଼ାରେ ଆୟୋଜିତ ସାଧାରଣସଭାରେ ଉଦବୋଧନ ଦେଇ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୪ ବର୍ଷ ହେଲା ବଲାଙ୍ଗୀରକୁ ଅବହେଳା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଧାନସଭାରେ ସୁକତେଲ ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ, ହେଲେ ବିଜେଡି ସରକାର କୌଣସି ପଦକ୍ଷେପ ନଥିଲେ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ପ୍ରକଳ୍ପ ଟଙ୍କାରେ କୋଠା, ଫ୍ଲାଟ, ଫାର୍ମ ହାଉସ, ଗହଣା କିଣାଗଲା। କିନ୍ତୁ ଆମ ସରକାର ସେହି ଭୁଲ୍ କରିବନି। ଆମ ସରକାର ପ୍ରତିଶ୍ରୁତିବଦ୍ଧ, ଆଉ ପୂର୍ବପରି ହେବନି। ବେଲପଡ଼ା ଓ ବଲାଙ୍ଗୀରର ଜଳ ସମସ୍ୟା ଦୂର କରିବୁ। ଆଜିଠୁ ଆରମ୍ଭ ହେଲା ବଲାଙ୍ଗୀରର ବିକାଶର ଧାରା। ଆଜି ବହୁଦିନର ଆଶା ଆକାଂକ୍ଷା ପୂରଣ ହେଲା। ଅପର ଲାନ୍ଥ ଜଳସେଚନର ଶୁଭ ଦିଆଗଲା।
    ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ