Saturday, September 19, 2026
24.7 C
Odisha

    ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନ କରିଥାନ୍ତି ବେଶୀ ଟଙ୍କା ରୋଜଗାର, ରିପୋର୍ଟରୁ ସ୍ପଷ୍ଟ, ଜାଣନ୍ତୁ କାରଣ

    ଆଗକୁ ପଢନ୍ତୁ

    ଓ୍ବାଶିଂଟନ୍‌,୧୦।୨: ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନମାନେ କମ୍‌ ଆକର୍ଷଣୀୟ ଦେଖାଯାଉଥିବା ମାତାପିତାଙ୍କ ସନ୍ତାନଙ୍କ ଠାରୁ ବେଶୀ ସୁନ୍ଦର ଦେଖାଯିବା ସହ ଭଲ ରୋଜଗାର କରନ୍ତି କି? ଏନେଇ ସବୁଠି କଳ୍ପଜଳ୍ପନା ଚାଲୁଥିବାବେଳେ ଅନେକ ସ୍ଥାନରେ ଏହାର ଛାପ ଦେଖିବାକୁ ମିଳୁଛି। ଆପଣ ଯେ କେଉଁଠି ବି ସୁନ୍ଦର ଦମ୍ପତି ଦେଖନ୍ତୁ ତାଙ୍କର ସନ୍ତାନମାନେ ମଧ୍ୟ ତାଙ୍କ ଠୁ ବେଶୀ ସୁନ୍ଦର ଦେଖାଯାନ୍ତି। ଆଉ ସେମାନେ କମ୍‌ ସୁନ୍ଦର ଦେଖାଯାଉଥିବା ଦମ୍ପତିଙ୍କ ସନ୍ତାନଙ୍କ ଠାରୁ ମୋଟା ଅଙ୍କର ଦରମାରେ ଚାକିରୀ ମଧ୍ୟ କରିଥାନ୍ତି। ଏକଥା ଆମେ କହୁନୁ। ନିକଟରେ ଏକ ଅଧ୍ୟୟନରେ ଏସମ୍ପର୍କରେ ଖୁଲାସା ହୋଇଛି।

    ଆମେରିକା ସ୍ଥିତ ନ୍ୟାଶନାଲ ବ୍ୟୁରୋ ଅଫ୍‌ ଇକୋନମିକ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି କି, ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନମାନେ କମ୍‌ ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ତୁଳନାରେ ଅଧିକ ଟଙ୍କା ରୋଜଗାର କରିଥାନ୍ତି। ‘ଦି ଇକୋନମିକ ଇମ୍ପପ୍ୟାକ୍ଟ ଅଫ୍‌ ହେରିଟେବୁଲ ଫିଜିକଲ ଷ୍ଟେଟସ୍‌: ହଟ୍‌ ପ୍ୟାରେଣ୍ଟେସ, ରିଚ୍‌ କିଡ୍‌’ ନାମକ ଅଧ୍ୟୟନରେ ଏସମ୍ପର୍କରେ ଖୁଲାସା ହୋଇଛି। ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଆମେରିକା, ଚାଇନା ସମେତ ବିଶ୍ୱର ସମସ୍ତ କୋଟିପତି ମାତାପିତାଙ୍କୁ ନେଇ ଗବେଷଣା କରିଥିଲେ। ଯେଉଁଥିରେ ଜଣାପଡିଥିଲା କି, କମ୍‌ ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ତୁଳନାରେ ଅଧିକ ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନଙ୍କ ବାର୍ଷିକ ଆୟ ପ୍ରତିବର୍ଷ ୨୩୦୦ ଡଲାରରୁ ଅଧିକ ବୃଦ୍ଧି ପାଉଛି।

    ୟୁରୋନ୍ୟୁଜକୁ ସାକ୍ଷାତକାର ଦେଇ ଗବେଷଣାର ମୁଖ୍ୟ ତଥା ଅର୍ଥଶାସ୍ତ୍ରୀ ଡାନିଆଲ ହେମରମେଶ କହିଛନ୍ତି, ସମ୍ପତ୍ତି ଓ ସଞ୍ଚୟ ପରେ ଅଧିକ ସୁନ୍ଦର ଦେଖାଯିବାକୁ ବଂଶଗତ ସମ୍ପତ୍ତି ବୋଲି କୁହାଯାଏ। ପିଢି ପରେ ପିଢି ଏହାର ଯୋଗଦାନ ଥାଏ। ଅଧ୍ୟୟନରୁ ଜଣାପଡିଛି କି, ବେଶୀ ସୁନ୍ଦର ଦେଖାଯାଉଥିବା ବ୍ୟକ୍ତିଙ୍କ ଜୀବନ ଯାକ ଆର୍ଥିକ ଓ ବ୍ୟବସାୟିକ ରୂପେ ସଫଳ ହେବା ସହ ଅଧିକ ଟଙ୍କା କମାଇବାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    88 %
    0.7kmh
    100 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ