Sunday, October 4, 2026
29.6 C
Odisha

    ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ କମିସନରେଟ୍‌ ପୁଲିସ୍‌ର ସ୍ୱତନ୍ତ୍ର ପଦକ୍ଷେପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ପରିଚାଳନା ନେଇ ପୁଲିସ ସେବା ଭବନରେ ଗୁରୁବାର କମିସନରେଟ୍‌ ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ। ସେହିପରି ଭୁବନେଶ୍ୱର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ ଏସିପି ଏବଂ ତହସିଲଦାର, ବିଡ଼ିଓ, ଏବ ଅବକାରୀ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। କେଉଁଭଳି ଭାବେ ନିର୍ବାଚନ ପରିଚାଳନା ହେବ ସେନେଇ ଆଲୋଚନା ହୋଇଛି। ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗଠନ କରାଯିବ ସ୍ୱତନ୍ତ୍ର ଟିମ୍‌। ନିର୍ବାଚନ ଆଚରଣବିଧି ଲାଗୁହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ଏହି ସ୍ୱତନ୍ତ୍ର ଟିମ କାମ କରିବ।
    ରାଜନୈତିକ ଦଳଗୁଡ଼ିକର ପ୍ରଚାର ପୋଷ୍ଟର ରାସ୍ତାଘାଟରୁ ହଟିବ। ବିଏମସି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ସର୍ବସାଧରଣସ୍ଥଳରୁ ସମସ୍ତ ବିଜ୍ଞାପନକୁ ହଟାଯିବା ସହ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ୍‌ କରାଯିବ ଓ ବିଏମ୍‌ସି ପକ୍ଷରୁ ତାକୁ କାର୍ଯ୍ୟକାରୀ କରାଯିବ। ଶୋଭାଯାତ୍ରା, ସାଧାରଣ ସଭା, ପ୍ରଚାର ସମୟରେ ଗାଇଡଲାଇନକୁ କେମିତି ଅନୁସରଣ କରାଯିବ ସେନେଇ ଟ୍ରେନିଂ ଦିଆଯିବ। ଭୁବନେଶ୍ୱର ଓ କଟକରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଫୋର୍ସ ଆସି ପହଁଚି ସାରିଛି। କମିସନରେଟ ପୁଲିସ ମଧ୍ୟ ସ୍ଵତନ୍ତ୍ର ଟିମ ଗଠନ କରିସାରିଛି। ନିର୍ବାଚନ ତଦାରଖ ପାଇଁ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ ହୋଇଛି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି ସ୍ଵତନ୍ତ୍ର ଟ୍ରେନିଂ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ