Friday, September 18, 2026
29.7 C
Odisha

    ମୋଦୀଙ୍କ ଉପରେ ବିଶ୍ୱାସଘାତକତାର ଅଭିଯୋଗ ଲଗାଇଲେ ମଲ୍ଲିକାର୍ଜୁନ ଖଡଗେ

    ଆଗକୁ ପଢନ୍ତୁ

    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲଦାଖର ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି ସମ୍ବିଧାନ ଧାରା ଷଷ୍ଠ ସୂଚୀ ଅନୁସାରେ ଲଦାଖର ବାସିନ୍ଦାମାନେ ସୁରକ୍ଷା ଦାବି କରିଛନ୍ତି । କିନ୍ତୁ ଅନ୍ୟାନ୍ୟ ଗ୍ୟାରେଣ୍ଟି ପରି ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାରେ ମୋଦୀଙ୍କ ଏହି ଗ୍ୟାରେଣ୍ଟି ନକଲି ଏବଂ ଚାଇନା ଗ୍ୟାରେଣ୍ଟି ସହ ସମାନ ବୋଲି ସେ କହିଛନ୍ତି । ଖଡଗେ ଏହା ମଧ୍ୟ କହିଛନ୍ତି କି ଚୀନର ସୈନ୍ୟମାନେ ଏବେ ପର୍ଯ୍ୟନ୍ତ ଆମ ଦେଶର ଜାଗାକୁ ନିଜ କବଜାରେ ରଖିଛନ୍ତି । ଷଷ୍ଠ ସୂଚୀ ଅନୁସାରେ ରାଜ୍ୟ ତଥା ସାମ୍ବିଧାନିକ ସୁରକ୍ଷା ଦାବିରେ ଲଦାଖ ୟୁନିଅନ ଟେରିଟୋରୀରେ ବିରୋଧ ପ୍ରଦର୍ଶନ କରାଯାଉଛି । ସମ୍ବିଧାନର ଷଷ୍ଠ ସୂଚୀ ଯେଉଁଥିରେ ସୁରକ୍ଷା ଖୋଜାଯାଉଛି ତାହା ହେଲା ଆଦିବାସୀ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ । ୨୦୧୯ ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ହଟାଯିବା ପରେ ଏହାକୁ ଦୁଇଟି ୟୁନିଅନ୍ ଅଂଚଳରେ ଭାଗ କରାଯାଇଥିଲା । ଗୋଟିଏ ଜାମ୍ମୁ କାଶ୍ମୀର ଏବଂ ଲଦାଖ । କିନ୍ତୁ ବର୍ତ୍ତମାନ ଏହାକୁ ରାଜ୍ୟ କରିବା ପାଇଁ ଲୋକମାନେ ଦାବି କରୁଛନ୍ତି ।
    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏକ ଇଂରାଜୀ ଖବର କାଗଜର ଏକ ଖବରକୁ ସେୟାର କରିଛନ୍ତି । ସେ ଏହି ପୋଷ୍ଟ ମାଧ୍ୟମରେ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଲଦାଖରେ ସମ୍ବିଧାନର ଷଷ୍ଠ ସୂଚୀ ଅନୁଯାୟୀ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କର ସୁରକ୍ଷା ପାଇଁ ଏଥିରେ ଦାବି ରହିଛି । ଏହା ଜନସାଧାରଣଙ୍କ ସମର୍ଥନ ହାସଲ କରୁଛି । ହେଲେ ଅନ୍ୟ ସବୁ ଗ୍ୟାରେଣ୍ଟି ପରି ଲଦାଖର ଲୋକମାନଙ୍କ ପାଇଁ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାର ମୋଦୀଙ୍କ ଏହି ଗ୍ୟାରେଣ୍ଟି ବହୁତ ବଡ ଏକ ବିଶ୍ୱାସଘାତକତା ଏହା ନକଲି ଏବଂ ଚାଇନିଜ ଛଡା ଆଉ କିଛି ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି । ମଲ୍ଲିକାର୍ଜୁନ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗାଲୱାନ ଉପତ୍ୟକାରେ ଆମ ଭାରତର ୨୦ ଜଣ ସାହସୀ ବ୍ୟକ୍ତିଙ୍କ ବଳିଦାନ ପରେ ପିଏମ ମୋଦୀ ଚୀନକୁ ଏକ ସ୍ୱଚ୍ଛ ପ୍ରତାରଣା କରିଛନ୍ତି । ଏହି କାରଣରୁ ଆମର ରଣନୀତିକ ସୀମାରେ ଚୀନର ବିସ୍ତାରବାଦୀ ପ୍ରକୃତିକୁ ସାହାସ ମିଳୁଛି ।

    ସରକାରଙ୍କୁ ନିନ୍ଦା କରି କଂଗ୍ରେସର ସଭାପତି କହିଛନ୍ତି, ଗୋଟିଏ ପଟେ ମୋଦୀ ସରକାର ଆମର ଅଖଣ୍ଡତା ଏବଂ ଜାତୀୟ ସୁରକ୍ଷାକୁ ବିପଦରେ ପକାଉଛନ୍ତି । ଅନ୍ୟ ପଟେ ଆମ ନିଜର ଲଦାଖର ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ କରୁଛନ୍ତି । ୨୦୧୪ ମସିହା ପରଠାରୁ ପିଏମ ମୋଦୀ ଏବଂ ଚିନ ପ୍ରତିପକ୍ଷଙ୍କ ଭିତରେ ଅତି କମରେ ୧୯ ଥର ମୁହାଁମୁହିଁ ଆଲୋଚନା ହୋଇସାରିଛି । ଏହା ହେବା ସତ୍ତେ୍ୱ ମଧ୍ୟ ମୋଦୀ ସରକାର ୨୦୨୦ ପୂର୍ବରୁ ସ୍ଥିତି ବଜାୟ ରଖିଛନ୍ତି । ଚୀନ ଭାରତର ଅନେକ ଜାଗାକୁ ନିଜ କବଜାରେ ରଖିବା ପ୍ରକ୍ରିୟା ଜାରି ରଖିଛି । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଲଦାଖର ସୁରକ୍ଷା ତଥା ଆମର ସୀମାରେ ଆମର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିବଦ୍ଧ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    70 %
    1.4kmh
    91 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ