Saturday, October 10, 2026
24.5 C
Odisha

    ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଅସମ୍ଭବ: ଖଡଗେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ ଦେଶ ଗୋଟିଏ ନିର୍ବାଚନ ଉପରେ ଦେଇଥିବା ବୟାନର ଜବାବ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେ ଏହାକୁ ଅସମ୍ଭବ ବୋଲି କହିଛନ୍ତି।

    କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ପ୍ରୋଧାନମନ୍ତ୍ରୀ ମୋଦୀ ଯାହା କହିବେ ତାହା କରିବେ ନାହିଁ କାରଣ ସଂସଦରେ ଏହି ବିଲ୍ ଆଣିବା ଲାଗି ତାଙ୍କୁ ସମସ୍ତଙ୍କୁ ବିଶ୍ୱାସରେ ନେବାକୁ ପଡ଼ିବ। ଏଣୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଅସମ୍ଭବ।

    ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟରେ ଆୟୋଜିତ ଏକ କାର‌୍ୟ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ, ଯାହା କି ଗୋଟିଏ ଦିନ କିମ୍ବା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେଶରେ ସମସ୍ତ ନିର୍ବାଚନ କରିବାକୁ ଲକ୍ଷ୍ୟ ରଖିଛି, ଖୁବ୍ ଶୀଘ୍ର ଅନୁମୋଦନ ପାଇବ ଏବଂ ଏହା ବାସ୍ତବତାରେ ପରିଣତ ହେବ। ଏହି ପ୍ରସ୍ତାବକୁ ଚଳିତ ବର୍ଷ ପ୍ରାରମ୍ଭରେ କ୍ୟାବିନେଟ୍ ଅନୁମୋଦନ କରିଥିଲା ଏବଂ ଚଳିତ ବର୍ଷ ଶେଷରେ ସଂସଦର ଶୀତକାଳୀନ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ